ଉତ୍ସର୍ଗ
ଉତ୍ସର୍ଗ
ମିତ ଲୋ ମିତ ଲୋ ଲଗେଇ ଦେ ରଙ୍ଗ
ଫେରିବ ନାହିଁ ଏ ବର୍ଷ
ଶୁୁଭ ଲଗ୍ନ ମୋର ସ୍ଥିର ହେଲା ସାଥୀ
ଲିିିଭି ଯିିବ ସବୁ ହସ ।
ଦାଣ୍ଡ ଧୂଳି ଖେଳ ଆମ୍ବ ତୋଟା ମେଳ
ଆଉ ତ ଆସିବ ନାହିଁ
ହଳଦୀ କାଠୁଆ ପୋଖରୀ ତୁଠର
ସୁୁଖ ସବୁ ହେବ ଛାଇ ।
ଗାଲରେ ମାରିିିଦେ ନାଲି ରଙ୍ଗ ଟିକେ
ରାଗ ରୁଷା ଯିିବ ଚାଲି
ମୋ ମନ ବେଦନା ବଧୂରେ ଗୋପନ
କହୁ ଥିଲି ଝିଅ ବୋଲି ।
କଳା ଅଞ୍ଜନରେ ଆଖିକୁ ସଜାଅ
ଶୁୁୁଖି ଯିବ ଯେତେ ଲୁହ
ପରାୟା ରାଇଜେ କାହାକୁ କହିବି
ଅନ୍ତର ଜ୍ଜଳନ କୋହ ।
କରଶାଖା ମୋର ମେହେନ୍ଦିରେ ରଙ୍ଗି
ଲେଖି ଦେ ପ୍ରିିିୟଙ୍କ ନାମ
ମୋ ଜୀବନ ପଛେ ମାଟିିିରେ ମିଶିବ
ତାଙ୍କୁ ନ ଛୁଅନ୍ତୁ ଯମ ।
ବଉଳ ପାଟକୁ ମନ୍ତୁରେଇ ଦେବୁ
ବାପଘର ସ୍ନେହ ଦେଇ
ଧୋବ ଚାଉଳରେ ଆଞ୍ଜୁୁୁଳିି ବାଢିବି
ଆଶିଷ ସାଉଁଟା ପାଇଁ ।
ଆଗାମୀ ବରଷ ଥିବି କି ନଥିବି
ଏଇ ଶେଷ ହୋଲି ଖେଳ
ସଜେଇ ଦେ ମିତ ନେବି ମୁଁ ମେଲାଣି
ଆସିଲା ବିଛେଦ ବେଳ ।