ଉତ୍ପତ୍ତି
ଉତ୍ପତ୍ତି
ଭାସ୍କରାଚାର୍ଯ୍ୟ ଗ୍ରାଭିଟିର ଫାଷ୍ଟ
କରିଥିଲେ ପରିଚୟ
ହେଲେ ଆଇଜାକ୍ ନିଉଟନ୍ ତା'ର
ନେଇଗଲେ ସବୁ ଶ୍ରେୟ ।।
ସୂର୍ଯ୍ୟ ପୃଥିବୀର ଘୂର୍ଣ୍ଣନ ପକ୍ରିୟା
ଲେଖିଥିଲେ ଆର୍ଯ୍ୟଭଟ୍ଟ
ସମସ୍ତେ ଜାଣନ୍ତି ନିକୋଲସ୍ ସେହି
ତଥ୍ୟ କରିଥିଲେ ସ୍ପଷ୍ଟ ।।
ଆଚାର୍ଯ୍ୟ କଣାଦ ଦେଇଥିଲେ ଫାଷ୍ଟ
ତଥ୍ୟ ଅଣୁ-ପରମାଣୁ
କିନ୍ତୁ ଆଟମିକ୍ ତଥ୍ୟର ଜନକ
ଡାଲଟନ୍ ଆମେ ଜାଣୁ ।।
ସମସ୍ତ ତଥ୍ୟର ଉତ୍ପତ୍ତି ପ୍ରଥମେ
କରିଥିଲେ ଭାରତୀୟ
ଦୁଃଖ ଏତିକି ଯେ ସେମାନଙ୍କୁ ଏଠି
ଜାଣନ୍ତିନି କେହି ପ୍ରାୟ ।।
