ଉତ୍କଳର ସ୍ବାଭିମାନ
ଉତ୍କଳର ସ୍ବାଭିମାନ
ଉତ୍କଳ ଗୌରବ ଓଡ଼ିଆ ଗୌରବ
ଗୌରବ ପରା ରାଷ୍ଟ୍ରର
ମ ଧୁ ସୂ ଦ ନ ଙ୍କ କ୍ରୀତି ଗୁଞ୍ଜୁ ଅଛି
ଓଡ଼ିଆ ଖୁସି ଅପାର !!୧!!!
ଉତ୍କଳ ଗୌରବ..............
ଜୟନ୍ତୀ ଟି ତୁମ ଭକ୍ତିପୂତ ଭୂମି
ଦେଉଛି ହେ ଶ୍ରଦ୍ଧାଞ୍ଜଳି
ବିଚ୍ଛିନ୍ନା ଭୂମିରୁ ଶ୍ରଦ୍ଧାଞ୍ଜଳି ଆମ
ଦେଉଛି ଓଡ଼ିଆ ଢାଳି !!୨!!
ଉତ୍କଳ ଗୌରବ...........
ଅ ଠେ ଇ ଶ ତାରିଖ ଅ ପ୍ରେ ଲ ମାସର
ଉତ୍କଳ ଭୂମିରେ ଜନ୍ମ
ଭାଷା ଆନ୍ଦୋଳନେ ଅଟହେ ପୁରୋଧା
କଲହେ ଉତ୍କଳ ଧାମ !!୩!!
ଉତ୍କଳ ଗୌରବ..............
ପୌରାଣିକ ଭାଷା ଓଡ଼ିଆ ଗୁଞ୍ଜୁଛି
ସମ୍ପୂର୍ଣ୍ଣ ବିଶ୍ବରେ ତହୁଁ
ବାରିଷ୍ଟର ତୁମେ ପ୍ରଥମ ଉତ୍କଳେ
ଗର୍ବିତ କରୁଛି ଯହୁଁ !!୪!!
ଉତ୍କଳ ଗୌରବ.......
ଶିକ୍ଷାର ନିମନ୍ତେ ବିଭିନ୍ନ ରଚନା
କରି ସେ ମହାନ ଜ୍ଞାନୀ
ଏ କ ତ୍ରି ତ କରି ବିଚ୍ଛିନ୍ନ ଭୂମିକୁ
ଆଣିଲେ ଉତ୍କଳେ ଘେନି !!
ଉତ୍କଳ ଗୌରବ.........
ତୁମ ଚେଷ୍ଟା ବଳୁ ଉତ୍କଳ ରାଜ୍ୟଟି
ଓଡ଼ିଶା ରାଜ୍ୟେ ନାମିତ
ଧନ୍ୟ ମଧୁ ବାବୁ ତୁମ ଅ ବ ଦା ନୁ
ଓଡ଼ିଆ ଆଜି ଗର୍ବିତ !!୬!!
ଉତ୍କଳ ଗୌରବ............
ଭୂମି କାଳିଆର ଶାନ୍ତିର ସନ୍ଦେଶ
ଦେଉଛି ବିଶ୍ବକୁ ନିତ୍ୟେ
ସଂସ୍କୃତି ସଂସ୍କା
ର ଗୁଞ୍ଜୁଛି ବ୍ରହ୍ମାଣ୍ଡେ
ଭକ୍ତିର ରାବ୍ ଏ ମର୍ତ୍ତେ !!୭!!
ଉତ୍କଳ ଗୌରବ..........
ସ୍ବତନ୍ତ୍ର ସଂଗ୍ରାମୀ ପରା ମଧୁ ବାବୁ
ସ୍ବର୍ଣ୍ଣ ଅକ୍ଷରେ ଲି ଖି ତ
ଭାରତ ମାତାର ସୁରକ୍ଷାରେ ମଧୁ
କଲେ ଜୀବନ ବ୍ୟତୀତ !!୭!!
ଉତ୍କଳ ଗୌରବ............
ଜନନୀର ଭାଷା ଭରି ଦେଲେ ହୃଦେ
ମାତୃଭାଷା ର ପୂଜାରୀ
କର୍ତ୍ତବ୍ୟ ଟି ଥିଲା ଜୀବନେ ତାଙ୍କର
ଧରି ଥିଲ ଭାଷା ଡୋରି !!୮!!
ଉତ୍କଳ ଗୌରବ................
ତୁମରି ସ୍ମୃତି ଟି ଉତ୍କଳେ ଗୁଞ୍ଜୁଛି
ଗୁଞ୍ଜୁଛି ବିଚ୍ଛିନ୍ନାଞ୍ଚଳେ
ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ତୁମ
ଦିଅନ୍ତି ଜନ ସକଳେ !!୯!!
ଉତ୍କଳ ଗୌରବ.................
କୋଟି ପ୍ରଣିପାତ ଚରଣେ ତୁମରି
ବିଚ୍ଛିନ୍ନା ଭୂମିରୁ ଆମ
ଓଡ଼ିଆ ଗୌରବ ହେ ମଧୁସୂଦନ
କରୁଛୁ ଭକତି ତୁମ !!୧୦!!
ଉତ୍କଳ ଗୌରବ..........
ହେ ମହାନାୟକ ଉତ୍କଳ ପୁରୋଧା
ଜ୍ଞାନ ମାତୃଭାଷା ଦେଲ
ଜନନୀର ଭାଷା ଗୁଞ୍ଜିବା ହୃଦୟେ
ଶିକ୍ଷାରେ ଶ୍ରେଷ୍ଠ କରିଲ !!୧୧!!
ଉତ୍କଳ ଗୌରବ.............
ମାତୃଭାଷା ବିନୁ ଜୀବନ ଟି ବୃଥା
ମୂଲ୍ୟ ନାହିଁ ଜୀବନର
ମନ୍ତ୍ର ଦେଇଥିଲ ମନୁଷ୍ୟ ଜାତିକୁ
ଅକ୍ଷରେ ପାଳନ ତାର !!୧୨!!
ଉତ୍କଳ ଗୌରବ...........