ଉତ୍କଳମଣି
ଉତ୍କଳମଣି
ପୁରୀ ଜିଲ୍ଲାର ସତ୍ୟବାଦୀ ନିକଟେ
ସୁଆଣ୍ଡୋ ଗ୍ରାମ ଅବସ୍ଥିତ
ଗୋପବନ୍ଧୁଙ୍କ ଜନ୍ମସ୍ଥାନ ନିମନ୍ତେ
ବ୍ରହ୍ମାଣ୍ଡେ ଏହା ସୁପରିଚିତ ।
ପିତା ଥିଲେ ତାଙ୍କ ଦୈତାରୀ ଦାସ
ସ୍ବର୍ଣ୍ଣମୟୀ ଦେବୀ ମାତାଙ୍କ ନାମ
ବାଳ ଅବସ୍ଥାରୁ ଛେଉଣ୍ଡ ହୋଇଲେ
ଦୁହେଁ ତ୍ୟାଗ କଲେ ଇହଧାମ ।
ଯୁବାବସ୍ଥାରେ ପଦାର୍ପଣ କରି
ଆରମ୍ଭିଲେ ଖୁସିର ସଂସାର
ପୁତ୍ର ସନ୍ତାନର ଜନକ ସାଜିଲେ
ପରିବାର ହେଲା ଭରପୁର ।
ବିଧାତାଙ୍କୁ କିନ୍ତୁ ମଞୁର ନଥିଲା
ତାଙ୍କର ଏହି ହସଖୁସି
ଶିଶୁ ପୁତ୍ରର ଦାୟିତ୍ଵ ଦେଇ
ପତ୍ନୀ ହେଲେ ସ୍ବର୍ଗବାସୀ ।
କିଛି ଦିନ ପରେ ଏକ ମାତ୍ର ପୁତ୍ର
ହୋଇଥିଲେ ରୋଗାକ୍ରାନ୍ତ
ପୁତ୍ରର ମଧ୍ୟ ମୃତ୍ୟୁ ଘଟିଲା ଲାଗିଲା
ବିଧାତାଙ୍କର ଚାପୁଡ଼ା ଶକ୍ତ
ସଂସାର ସେବାରେ ନିର୍ଲିପ୍ତ ଥିଲେ ମଧ୍ୟ
କର୍ମ ପଥରୁ ହୋଇନଥିଲେ ବିଚ୍ୟୁତ ।
ଛାତ୍ର ଜୀବନରୁ ଦୁଃଖିଙ୍କ ସେବା ଲାଗି
କରିଥିଲେ ସଂକଳ୍ପବଦ୍ଧ
ସ୍ବଇଚ୍ଛାରେ ସେବାକାର୍ଯ୍ୟେ ହେଲେ ନିୟୋଜିତ
ସରକାରୀ ଚାକିରୀରେ ନହୋଇ ଆବଦ୍ଧ ।
ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ବନବିଦ୍ୟାଳୟ
ପାଠଶାଳା କଲେ ସେ ଯେ ସ୍ଥାପନ
ଏହି ବିଦ୍ୟାଳୟର ପ୍ରଥମ ଲକ୍ଷ ଥିଲା
ଜ୍ଞାନ ପ୍ରଦାନ ସହ ଆଦର୍ଶ ଚରିତ୍ର ଗଠନ ।
ସରଳ ଜୀବନଯାପନ ସହ ଦେଶପ୍ରେମୀ ହେବାର
ଶିକ୍ଷା କରାଯାଉଥିଲା ଏଠାରେ ପ୍ରଦାନ
ଉଚିତ୍ ଶିକ୍ଷା ପ୍ରଦାନ ନିମନ୍ତେ ପରିଗଣିତ
ହେଲା ଏହା ଭାରତର ଶ୍ରେଷ୍ଠ ଅନୁଷ୍ଠାନ ।
ସେହି ସମୟରେ ବନ୍ୟା ଦୁର୍ଭିକ୍ଷରେ
ଓଡ଼ିଶା ରାଜ୍ୟ ହେଉଥିଲା ବହୁ ଆକ୍ରାନ୍ତ
ପୋକ ମାଛି ପରି ଜନ ସାଧାରଣଙ୍କ
ମହାମାରୀରେ ଜୀବନ ହେଉଥିଲା ଅନ୍ତ ।
ଦୁଃଖି ଦରିଦ୍ରଙ୍କ ସାହାଯ୍ୟ ନିମନ୍ତେ
ସର୍ବଦା ବଢାଉଥିଲେ ସେ ହାତ
ପ୍ରାଣପଣେ ତାଙ୍କ ସେବା କରି
ଲଭୁ ଥିଲେ ଆତ୍ମ ସନ୍ତୋଷ ।
ଥିଲେ ସେ ସୁବକ୍ତା, ଶ୍ରେଷ୍ଠ କବି ପୁଣି
ସମାଜେ ପ୍ରତିଷ୍ଠିତ ସାମ୍ବାଦିକ
ତାଙ୍କରି ଚେଷ୍ଟାରେ ପ୍ରକାଶ ପାଇଲା
ପତ୍ରିକା "ସମାଜ" ନାମକ ।
ଏହି ପବିତ୍ର ଆତ୍ମା ୧୯୨୮ ମସିହାରେ
କରିଥିଲେ ଶେଷ ନିଃଶ୍ୱାସ ତ୍ୟାଗ
ନମସ୍ୟ "ଉତ୍କଳମଣି ଗୋପବନ୍ଧୁ"
ସର୍ବଦା ବିରାଜିତ ହୃଦୟେ ଓଡ଼ିଆଙ୍କ ଆଗ ।