STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
323

ପୁଣ୍ୟଭୂମି ଉତ୍କଳ ମାତାର

ଯୋଗ୍ୟ ସନ୍ତାନ ଆମେ ରେ

ଉତ୍କଳ ସେବା କର୍ମ ଆମର

ଆମେ ଓଡ଼ିଆ ପିଲାରେ


ନକରି ଆଳସ୍ୟ କରି ପରିତ୍ୟାଗ

ଉଠିବା ଏବେ ନିଶ୍ଚିତ

ଉତ୍କଳ ଚାହିଁଛି ଆମକୁ ଅନାଇ

ରଖିବାରେ ଟେକ ସତ


ଉତ୍କଳ ଗୌରବ ତାର ପ୍ରତିଛବି

ଆଙ୍କିବା ନିଜ ମନେ

ଓଡ଼ିଆ ଜାତିର ଟେକ ରଖିବାକୁ

କରିବା ପଣ ଜନେ


ଉତ୍କଳର କଳା ନୃତ୍ୟ କାରୁକାର୍ଯ୍ୟ

କ୍ଷେତେ ସବୁଜିମା ଚାଷ

ଦୁନିଆ ଆଗରେ ଯିବାରେ ଦେଖାଇ

ରଖିଜିବା ତାର ଯଶ


ଅତୀତ ଉତ୍କଳ ପୁଣି ଛିଡ଼ା ହେବ

ଚାଲିବ ରେ ପୁଣି ଥରେ

ଆଦର୍ଶ ସାଜିବ ସବୁଠି ଉତ୍କଳ

ଆଗ ଥିବ ସବୁଥିରେ


ଆଜି ନୁହେଁ ତ କେବେବି ନୁହେଁ

କରିବୁ ତୁ ଆଉ କେଉଁ ଦିନେ

ଉତ୍କଳର ପୁତ୍ର ଉଠ ଏବେ

କରିବା ସେବା ତାର ଜୀବନେ


ଉତ୍କଳର ଟେକ ରଖିବା ନିଶ୍ଚିତ

ନଇଁ ବା ନାହିଁ ଯେ ମଥା

ସ୍ଵାଭିମାନ ଆମ ଆୟୁଧ ହୋଇବ

ନ ଯିବା ଭୁଲି ଏକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract