Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMAKSHYA PRASAD BEHERA

Abstract Others

3  

KAMAKSHYA PRASAD BEHERA

Abstract Others

କାଶତଣ୍ଡୀ

କାଶତଣ୍ଡୀ

1 min
142



ଯାଇଅଛି କଷ୍ଟ ଦୂରେଇ

ଆସିଛି ଶରତ ହସେଇ

ରୂପା ଚଅଁରର ମୁକୁଟ ପିନ୍ଧିଛି

ନଈ କୂଳ ଶୋଭା ଵଢାଇ । 

ମଲ୍ଲୀ, ରଜନୀଗନ୍ଧା ଫୁଲ

ନୁହଁନ୍ତି ଏବେ ତା'ର ମୂଲ

ମାତା ବୀଣାପାଣି ପଣତ ଉଡ଼ୁଛି

ଶାନ୍ତିରେ ହୁଏ ଶସ୍ୟ ଗେଲ । 

ପାଲଟିଛି ପ୍ରାଣ ମହାତୀର୍ଥ

ପାଇ ପ୍ରକୃତି ର ସମର୍ଥ

ଜଞ୍ଜାଳୀ ଚିତ୍ତରୁ ଦୁଃଖ ଦୂର କରେ

ଯେସନେ ଅର୍ଜୁନକୁ ପାର୍ଥ । 

ଶାନ୍ତି ଦୂତ ଧରା ଆସିଛି

କାଶତଣ୍ଡୀ ନାମ ପାଇଛି   

ଅନ୍ନପୂର୍ଣ୍ଣା ଅନ୍ନ ପରଶିଵେ ମଞ୍ଚେ 

ଏ ଆଶାରେ ଜୀଵ ବଞ୍ଚିଛି । 

ଅନ୍ନପୂର୍ଣ୍ଣା ଯୋଗମାୟା ସେ

ଦୁର୍ଗତି ନାଶିନୀ ଆଶିଷେ

ପାପାଚାର କ୍ଷୟ ହୋଇବ ଜଗତେ

ଚିତ୍ତ ଭକ୍ତି କରେ ସରସେ ।।



Rate this content
Log in

Similar oriya poem from Abstract