STORYMIRROR

Prabhati Mahapatra

Tragedy Others

4  

Prabhati Mahapatra

Tragedy Others

ଉତ୍କଳ ଗୌରବ ବାଜି ରାଉତ

ଉତ୍କଳ ଗୌରବ ବାଜି ରାଉତ

2 mins
183

ନିର୍ଦ୍ଦୟ ନିଷ୍ଠୁର ସ୍ବାର୍ଥପରତାରେ ଗଢା ମନ

ଏକ ଘନ କଳା ମେଘ ପରି

ଭୟଙ୍କର ଝଡ ରୂପରେ ବୁଲେ

କ୍ଷଣିକେ ଧ୍ୱଂସ ବିନାଶ

ତ୍ରାହି ନାହିଁ

ଦୟା କ୍ଷମା ଠାରୁ ବହୁତ ଦୂରରେ

ଆଜି ଦୃଢ଼ ସପଥ ମୁଣ୍ଡ ଟେକିଛି,

ଏକ ନିଷ୍ପାପ ବାଳକର

ଚପଳ ମତି ତାର

କିନ୍ତୁ କାହିଁକି ? କାହାର ଅତ୍ୟାଚାରରେ

କଟକ ଖାନ ନଗର ଶ୍ମଶାନରେ ଶଯ୍ୟାଶାୟୀ

କୋମଳ କୁସୁମ ପରି ମୁହଁରୁ

କେତେ ଭବିଷ୍ୟ ସ୍ବପ୍ନ ପରିଲକ୍ଷିତ ହୁଏ ।

ଲୋକାରଣ୍ୟେ ଲୋତକ ବନ୍ୟା

ହୁ ହୁ ହୋଇ ଜଳି ଲେଲିହାନ୍ ଶିଖା କ'ଣ କୁହେ ?

ସମସ୍ତେ ନିରବ ସ୍ତବ୍ଧ

ଓଡ଼ିଶା ଖଣ୍ଡ ବିଖଣ୍ଡିତ ରାଜ୍ୟର ଶାସକ

ମାଲିସ୍ ପୁଣି ଦେଶ ଦ୍ରୋହୀ ଇଂଗ୍ରେଜୀ ସଙ୍ଗେ

ରାଜାମାନଙ୍କ ସାହାସକୁ ଯେମିତି ତେଜି ଦେଲେ ।

ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର

'ବାଜେ କର' ଲଦାରେ, ଅଣ୍ଟା ଧନୁ ପରି

ମୁଁ ଢେଙ୍କାନାଳ ରାଜା .....

ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁର

ମୋ କଥା ଅକାଟ୍ୟେ କୋରୋଡା

ନିଶ ରଖିବା ଦଣ୍ଡନୀୟ

ନିଶ ମୂଳୋତ୍ପାଟନ କରା ଯିବ ।

ଅସହ୍ୟ ହୋଇ ଏକତ୍ର ରାଜା ବିରୋଧରେ

ମୁଣ୍ଡ ଟେକେ ପ୍ରଜା ମଣ୍ଡଳ

ପ୍ରଜାଙ୍କ ଆସ୍ପର୍ଦ୍ଧାର ରାଜା ଉଗ୍ର

ନବ ସଙ୍ଗଠନ ପ୍ରଜା ମେଳି ।

ଅନ୍ୟ ଉପାୟକୁ ଅବଲମ୍ବନ ,

ବାର ବର୍ଷର ବାଳକ ମନରେ 

ବିଦ୍ରୋହ ଫୁଟି ଉଠିଲା ।

ମାଟି ମା'ର ରକ୍ଷା କବଚ ସାଜିବ

ପ୍ରଜା ମେଳିକୁ କଥା ଦିଏ,

ବ୍ରାହ୍ମଣୀ ନଦୀ ଛାତିରେ ସେ ବଡ....

ତା ଉପକଣ୍ଠେ ନୀଳକଣ୍ଠ ପୁରରେ ଶୈଶବ କଟିଛି ।

ଉଚ୍ଚ ସ୍ଵରରେ କହିଲା ମୁଁ ଘାଟ ରକ୍ଷକ

ତୁମେ ନିଶ୍ଚେନ୍ତ ରୁହ

ଆଶ୍ଚର୍ଯ୍ୟ ଚକିତେ ପ୍ରଜା ମେଳି ଭଗ୍ନ

ନିଝୁମ ରାତିର କଳା ଆସ୍ତରଣ

ଏକାକୀ ନିଡର ଚିତ୍ତରେ ବାଜି ରାଉତ

ଝମ୍ ଝମ୍ ବର୍ଷାର ଆଗମନ

ଧୀରେ ଧୀରେ କୋହଲା ପବନ ଆସେ

ହେଲେ ଅନ୍ଧକାର ଛାତିକୁ ଚିରି

ତାର ଫୁଙ୍ଗୁଳା ଦେହଟା ମହେନ୍ଦ୍ର ଗିରିରୁ 

କିଛି କମ୍ ନୁହେଁ ।

ତା ଦେହରେ ଟକମକ ଉଷ୍ଣ ରକ୍ତକୁ

ସୁଲୁସୁଲିଆ ବା' ଛୁଇଁ ପାରୁ ନଥାଏ ।

ସହସା ଗୋରାଙ୍କ ପାଦର ଆହଟ

ସେ ଯେ ବାଘ ପିଲା !

ସତର୍କତା ଅବଲମ୍ବନ

ଗୋରା ଧମକ, କିଏ ଅଛି ? ଘାଟ ପାରି କର

ନିର୍ଭୟରେ ଦୃଢ ଗଳାରେ

ନା ,ପ୍ରଜା ମେଳିର ଅବମାନନା ହେବ।

ଗୋରା ସିପାହୀଙ୍କ ଅଶ୍ଳିଳ ଭାଷା

ଚିବୁକ ଚିପିଲେ ଗୋରସ ସ୍ରୋତ

ତଥାପି ବାଜି ରାଉତ ନିଡର ।

ହୃଦୟହୀନ ଇଂଗ୍ରେଜୀ

ଡଙ୍ଗାର ରଶି କାଟି ନଦୀ ମଝିରେ

ନିର୍ମମ ଭାବେ ଗୁଳି ଚଳନା ।

ଛ' ଜଣ ଉତ୍କଳ ସନ୍ତାନ

କ୍ଷଣିକରେ ଚିର ବିଦାୟ 

ବାଜି ରାଉତ ଆଉ ଉଠିନି

ବ୍ରାହ୍ମଣୀ ନଦୀ ତାର ସନ୍ତାନକୁ ହରାଇ

ଗୁମୁରି ଝୁରେ ।

ଅମର ବାଜି ରାଉତ

ଉତ୍କଳ ଆକାଶର ତାରା

ସମସ୍ତ ହୃଦୟରେ ସ୍ଥାନ ପାଉ ।

ବନ୍ଦେ ଉତ୍କଳ ଜନନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy