STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଉତ୍କଳ ଦିବସେ ଆସ ମଧୁବାବୁ

ଉତ୍କଳ ଦିବସେ ଆସ ମଧୁବାବୁ

2 mins
7


ହେ ମଧୁବାବୁ,ଗୌରବ ସହ ସବୁ କିଛି ପ୍ରଥମ 

ଚିର ସ୍ମରଣୀୟ ତୁମରି ନାମରେ 

ସେହି ନାମ ଉତ୍କଳର ଗର୍ବ ଓ ଗୌରବ

ଲିଖିତ ସ୍ୱର୍ଣ୍ଣ ଅକ୍ଷରେ ,ରହିଛି ରହିବ

ମଧୁସୂଦନ ଦାସ ସହ ଉତ୍କଳ ଗୌରବ ଆଖ୍ୟା ଜଡ଼ିତ ହୋଇଛି, ହୋଇ ରହିଥିବ ସଦା 

ସାଧନା ଓ ସେବା ମନୋବୃତ୍ତି ଥିଲା

ତୁମ ଜୀବନେ ନିହିତ ପ୍ରତି କ୍ଷଣେ,ଅନୁକ୍ଷଣେ 

ଅଦାଲତ ନାମ ସହିତ ମଧୁ ବାରିଷ୍ଟର ନାମ

ଓତଃପ୍ରୋତଃ ଭାବେ ଜଡ଼ିତ

ଉତ୍କଳର ସୁଯୋଗ୍ୟତମ ସନ୍ତାନ ଭାବରେ

ବହୁ କ୍ଷେତ୍ରରେ ପ୍ରଥମ,ପ୍ରଥମ ଓଡ଼ିଆ ଗ୍ରାଜୁଏଟ ପୁଣି ଭାଷା ,ଆଇନ ଶିକ୍ଷାରେ

ପ୍ରଥମ ବିଲାତ ଫେରନ୍ତା ସହିତ ମନ୍ତ୍ରୀ ପଦ 

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଗଢ଼ି ଜାଗରଣ

ପୁଣି ବିଚ୍ଛିନ୍ନାଞ୍ଚଳ ର ଏକତ୍ରି-କରଣ 

ସବୁ ତୁମରି ହିଁ ଅବଦାନ

ଶିଳ୍ପ ସାହିତ୍ୟ ଓ ସମାଜ ସଂସ୍କାରେ

ପ୍ରଚ୍ଛନ୍ନ ଭୂମିକା ସହ ଓକିଲାତି ଓ ରାଜନୀତି 

ଲିପ୍ତ ଥିଲେ ଅହରହ ପ୍ରତ୍ୟେକ କ୍ଷେତ୍ରରେ

ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସହିତ

ଓଡ଼ିଆ ଭାଷା ପ୍ରଗତିର ମୁଖ୍ୟ ପୁରୋଧା  

ଚମଡା ଶିଳ୍ପର ବିକାଶ ସହିତ ତାରକସି ଅନୁଷ୍ଠାନ

ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାପନ 

ଅସରନ୍ତି ପ୍ରତିଭାର ଅଧିକାରୀ,ଜ୍ଞାନ ଓ ଗୁଣ ସମ୍ପର୍ଣ୍ଣ

ଉତ୍କଳ ଗୌରବ ପଦବୀ ମାତ୍ର କରେ ଯଶ ଗାନ 

ପୁଣି ଥରେ ଆସି ଦେଖ ଉତ୍କଳ ର ଚିତ୍ର


ତୁମ ସ୍ଵପ୍ନର ଉତ୍କଳ ଆଜି ବିକଶିତ ପଥେ

ସେ ପାରି ରେ ଥାଇ ନିଶ୍ଚେ ସ୍ୱର୍ଗ ଦେଖୁ ଥିବେ!

ଏବେ ଉତ୍କଳ ନୁହେଁ,ଓଡ଼ିଶା ଆସନ୍ତୁ

ରାଜ୍ୟର ମୁଖ୍ୟ ମୁଖିଆ ଉତ୍କଳ ବୁଝି ପାରିବେନି!

ଓଡ଼ିଆ ତ କହି ପାରନ୍ତି ନି! ବୁଝିବେ କ'ଣ!!

କେବଳ ଆପଣ ମାନେ ଖୁସି ତ ,କହି ପାରିବେ!

ଯଦି ଆସିବେ, ଓଡ଼ିଆଙ୍କୁ ଓଡ଼ିଶା କଥା ପଚାରିବେ

ହଁ,ଆଜିକାଲି ଘରର ଘରଣୀ ର ଠାଣି ରାଣୀ ପରି

ନିଶା ନ ଖାଇ ବି ମାତାଲ୍

ପାଟିରୁ ବାହାରିଲେ ଖାଲି ଗାଳି ଆଉ ଗାଳି

ପୁଣି ଖାଣ୍ଟି ଦୁଇ ଅକ୍ଷରିଆ ଗାଳି

ଭୁଲ୍ ରେ ବି ନାଚ-ବାଲୀ ସହ କଥା ହେବେ ନାହିଁ

ଗଣ ମାଧ୍ୟମ ଦିନ ରାତି ତାଙ୍କରି ପାଖରେ....

ହେ ମଧୁବାବୁ,କିଛି କାମ ଅଧା ଅଛି କି?

ହେଲେ,କାମ ପାଇଁ ଏଠି ଶ୍ରମିକ ଅଭାବ

ସବୁ ଦାଦନ ମହାକୁମ୍ଭରେ

ଯିଏ ଦାଦନ ନ ଯାଇ ଏଇଠି ରହିଛି

ମାଗଣା ରେ ସବୁ ପାଇ ପାରୁଛି

ମାଗଣା ଚାଉଳ,ମାଗଣାରେ ଘର

ମାଗଣାରେ ଚିକିତ୍ସା,ପୁଣି ମଲା କାର୍ଯ୍ୟ ମାଗଣାରେ

ଆଧାର କାର୍ଡ ତ ନ ଥିବ!

ଏବେ ନବୀନ ସ୍ବାସ୍ଥ୍ୟ କାର୍ଡ ହେଉଛି

ହାତ ଗୁଞ୍ଜା ଦେଇ କରି ପାରିଲେ ହେଲା!

ହେ ମଧୁବାବୁ,କାହିଁକି ଦୁଇଟି ଇ ଈ, ଉ ଊ, ରୁ ଋ

ପୁଣି ତିନୋଟି ଶ ଷ ସ ବର୍ଣ୍ଣ ମାଳା ରେ ରହିଲା!

ସେ ସମୟରେ ଭାଷା ଆନ୍ଦୋଳନ ସମ୍ମିଳନୀ କଲ!

ବର୍ଣ୍ଣ ମାଳା କଥା ବିଚାର ବାହାରେ ରହିଲା!

ତୁମ ସମୟରେ ଠିକ୍ ଥିଲା ବୋଧେ!

ଆଜିକାଲି ଭାରି ଅଡ଼ୁଆ ଅଡ଼ୁଆ...

ଇଂରାଜୀ ମିଡିୟମ୍ ଛାଡନ୍ତୁ,ଓଡ଼ିଆ ଶିକ୍ଷକ ବି ଅଜ୍ଞ

ତୁମେ ତ ଗୋଟିଏ ଉତ୍କଳ ସମ୍ମିଳନୀ କରିଛ!

ଆଜିକାଲି ଅସଂଖ୍ୟ ଭାଷା ସଂସଦ

ସାହିତ୍ୟ ଚାଷ କ୍ଷୀପ୍ର ଗତିରେ ଚାଲିଛି

ଗୋଟିଏ ବିଷୟ ରେ ଶୀର୍ଷକ ଭିନ୍ନ ଭିନ୍ନ

ଯାତ୍ରା ଦଳ ନାଟକର ନାମ ପରି!

ମାନପତ୍ର ,ସମ୍ବର୍ଧନା ଉତ୍ସବ ମାଳ ମାଳ

ଗଣ ମାଧ୍ୟମ ବ୍ୟବହାରୀ ସଭିଏଁ କବି,ଲେଖକ

ମନ୍ତବ୍ୟ ବି କବିତା ଆକାରରେ

ଓଡ଼ିଆ ସାହିତ୍ୟ ପ୍ରଗତି ପଥରେ...

ହେ ମଧୁବାବୁ,ତୁମେ ଓକିଲାତି କରୁଥିଲ

ସେ ବିଷୟରେ ଆଉ କଣ କହି ହେବ!

ତୁମେ ନ୍ୟାୟ ପାଇଁ ଲଢ଼ୁ ଥିଲ

ଏବେ ନ୍ୟାୟାଧିଶ ବେତନ ଆଶାରେ..

ନ୍ୟାୟିକ ପ୍ରକ୍ରିୟା ପାଇଁ ସୀମିତ ଅବଧି ନାହିଁ

ଚାଲୁ ରହୁଛି କ୍ରମାଗତ ଭାବେ

ନ୍ୟାୟ ମିଳିବା ପୂର୍ବରୁ ଯମ ଦେଖି ହେଉଛି

ହେ ମଧୁବାବୁ,ଆସିଲେ ଶ୍ରୀକ୍ଷେତ୍ର ଆଡେ ଯିବେ ତ!

ଚିହ୍ନି ପାରିବେ କି ନାହିଁ ସନ୍ଦେହ!

କିଛି ଅସୁବିଧା ନାହିଁ, ଆଗ ନ ହେଲେ ପଛ ପଟୁ

ଯେମିତି ହେଲେ ଦର୍ଶନ ହୋଇଯିବ

ଶାସନ କ୍ଷମତାରେ ତ ନାହାନ୍ତି,?

ଧାଡ଼ିରେ ଛିଡ଼ା ହେବାକୁ ହେବ

ପୁଣି ପରିକ୍ରମା ପଥ ଧାରେ ଧାରେ!

ହେ ମଧୁବାବୁ,ଶିଳ୍ପ ପାଇଁ ତୁମେ ଆଗ୍ରହୀ ଥିଲ ପରା

ଏଠି ଚାଲୁ ଥିବା ଶିଳ୍ପ ଅସୁସ୍ଥ ହେଇଛି

କ୍ରମେ ବନ୍ଦ ହେବାକୁ ବାଧ୍ୟ ହେଉଛି

ଶିଳ୍ପ ନାହିଁ,କାମ ନାହିଁ,ଲୋକେ ଦାଦନ ଶ୍ରମିକ

କଣ ହେବ ସେ ଶିଳ୍ପ ରୁ !!

ମାଗଣା ଖାଇବାକୁ ମିଳୁଛି ପରା!

ବେଶୀ ହେଲେ ପାଞ୍ଚ ଟଙ୍କାରେ ଖାଇବା,ବୁଲିବା

ସେଇଥି ପାଇଁ ଆମେ ଖୁସି ଅଛୁ କି ନାହିଁ

ଆମ ମୁଖିଆ ପଚାରେ ତୁହା କୁ ତୁହା

ଆପଣ ମାନେ ଖୁସି ତ!

ହେ ମଧୁବାବୁ,ଆପଣଙ୍କୁ ଯଦି କେହି ପଚାରିବେ

ଆପଣ ଖୁସି ଅଛନ୍ତି ତ!

ଆପଣ କଣ କହିବେ,ତାହା ଆପଣଙ୍କୁ ଜଣା

ପୁରୁଣା ଓଡ଼ିଆଙ୍କୁ କିନ୍ତୁ ମଧୁବାବୁ ଭଲ ଭାବେ ଜଣା ।



Rate this content
Log in

Similar oriya poem from Abstract