STORYMIRROR

mamatanjali Patra

Abstract Others

3  

mamatanjali Patra

Abstract Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
197


ଉତ୍କଳ ମାଟିର 

         ଉତ୍କଳ ସନ୍ତାନ

ଉତ୍କଳ ମାଟିର 

         ଭାଷା ଆମରି ପ୍ରାଣ।

ଉଚ୍ଚ ହେବା ପାଇଁ 

       କର ଯେବେ ଆଶା

ଉଚ୍ଚ କର ଆଗେ 

         ନିଜ ମାତୃଭାଷା।

 ଏଇ ପାଣି ମୋ

        ପାଇଁ ପାଦୁକା

ଏ ମାଟି ମୋ ପାଇଁ

            ଚନ୍ଦନଟିକା

ସେହି ଚନ୍ଦନଟିକା ଲେଖା 

 ଅଛି ଜୀବନ ଚାଳିସା।

ଲଙ୍ଗଳ କଥା 

          ବୁଝୁଛି କ୍ଷେତ

 କ୍ଷେତ କଥା 

          ବୁଝେ ଚଷା

ଓଡିଆ ମନ 

        ଓଡ଼ିଆ ପ୍ରାଣ

ବୁଝେ ପଖାଳ କଂସା।

ଉତ୍କଳ ମାଟିର 

           ସନ୍ତାନ ଆମେ

 ଗାଇବା ତାର ଗୀତ।

ବୀର ପ୍ରଶବିନୀ 

        ଚାରୁକଳା ମୋହିନୀ

ଗାଏ ସଭିଙ୍କ ବାର୍ତ୍ତା।

କେତେ ନଦୀ, ନାଳ 

         ବନ ତରୁଲତା

ପଲ୍ଲୀ ବିହଗ ବିଭୂରେ

        କରିଥାଏ ଯଶଗାନ

ସଂସ୍କୃତି ପରମ୍ପରା ଉଭା 

         ଏ ଉତ୍କଳ ଭୂମିର

ସବୁଜ ଅଙ୍କା 

         ତାର ଗାରିମା।

ଓଡ଼ିଆ ଜାତି ରୂପେ

     ବିଶ୍ୱର ଖ୍ୟାତି

ପୁରାଣ ଠାରୁ 

         ଇତିହାସ ଯାଏ

     ରଚିତ ହୋଇଛି।

ଓଡ଼ିଆ ଜାତି 

        ପ୍ରାଣବିନ୍ଦୁ ସିଏ

ସବୁରି ହୃଦୟରେ 

         କରିଥାଏ ବାସ

ହାତଟେକି ଦେଲେ 

           ତାଙ୍କୁ ଥରେ ଡାକି

ଓହ୍ଲାଇ ଆସନ୍ତି 

     ରଥ ଅଟକାଇ

ଭକ୍ତଙ୍କ ସଙ୍ଗେ 

      ମଜ୍ଜି ଯାଆନ୍ତି

ସେ ପରା ଭାବର ଠାକୁର

            ଆମ ଜଗନ୍ନାଥ।

କର୍ମବୀର ଏଠି 

      କଲେ ପ୍ରତିଷ୍ଠା

ଜନମତ ପାଇଁ ହେଲା

          ଉତ୍କଳ ସଭା

ସଭିଏଁ ଆସ ନେବା ଶପଥ

ଉତ୍କଳ ଦେଶର

   ଉତ୍କଳ ଭାଷାର 

            ରଖିବା ଟେକ।


Rate this content
Log in

Similar oriya poem from Abstract