ଉତ୍କଳ ଦିବସ ସ୍ମରଣେ
ଉତ୍କଳ ଦିବସ ସ୍ମରଣେ
ଆଜି କାହିଁକି ତୁମେ ବେଶୀ ମନେପଡ଼
ହେ ଉତ୍କଳ ବୀରମାନେ !
ସ୍ମୃତିରେ ମୋ ନାଚିଉଠେ
ସବୁ ତୁମ ସୃଷ୍ଟି ସମୁଦ୍ରର
ଅମୃତ ଲହରୀ !
ଉତ୍କଳର ମହାରଥୀ ତୁମେ
ଆରମ୍ଭିଲ ଆଜି ପରି ଦିନେ
ସ୍ୱତନ୍ତ୍ର ଉତ୍କଳ କୋଠୀର
ଶକ୍ତ ମୂଳଦୁଆ ।
ଆଜି ସେ ବିରାଟ କୋଠା
ଶତାବ୍ଦୀର ନିକଟରେ ଥାଇ ମଧ୍ୟ
ନିଖୁଣ ଓ ମଜଭୁତ
ସ୍ମୃତି କରେ ତୁମପରି
ରାଜମିସ୍ତ୍ରୀ ରାଜ ଯନ୍ତ୍ରୀଙ୍କର
ସୁପରିକଳ୍ପନା ।
ଆଜି ତୁମେ ନାହିଁ ଆଉ ସତ
ନାହିଁ ତୁମ ପାର୍ଥିବ ଶରୀର ।
ତଥାପି ଅମର ତୁମେ
ଆଜି ବି ପ୍ରମାଣ ଦିଏ
ଏ ଉତ୍କଳ ଇତିହାସ ।
ସ୍ୱର୍ଣ୍ଣାକ୍ଷରେ ତୁମ ନାମ
ଅଛି କେତେ ଦିନୁ
ଏବେ ବି ଝଲସି ଉଠେ
ତୁମର ସେ ପବିତ୍ର ନାମ ସବୁ
ଏବଂ ଝଲସିବ ନିଶ୍ଚେ
କେଉଁ ଏକ ଅନନ୍ତ କାଳରେ ।
ହେ ଉତ୍କଳ ବୀରମାନେ !
ସମୟ ସୁଅରେ ତୁମେ
ସ୍ମୃତିର ଖୋଲା ପରଦାରେ
ଏବେ ସ୍ୱଷ୍ଟ ତୁମେ
ଶ୍ରେଷ୍ଠ ତୁମ ଅଭିନୟ ସବୁ ।
ସେଥିପାଇଁ ବୋଧହୁଏ
ଏ ଉତ୍କଳ ଦିବସେ
ଆଜି କିନ୍ତୁ ବେଶୀ ମାନେପଡ଼
ଆଜି କିନ୍ତୁ ବେଶୀ ମନେପଡ଼ ।।
