STORYMIRROR

Harekrushna Deb Sahoo

Classics Inspirational

4  

Harekrushna Deb Sahoo

Classics Inspirational

ଉତ୍କଳ ବାଲ୍ମୀକି କବି ବଳରାମ ଦାସ

ଉତ୍କଳ ବାଲ୍ମୀକି କବି ବଳରାମ ଦାସ

3 mins
278


ଭକ୍ତ ସୁଧା ନାମେ ମତ୍ତ ବଳରାମ

ଦାସେ ପ୍ରସିଦ୍ଧ ଆପଣେ ,

ଉତ୍କଳବାସୀଙ୍କ ହୃଦୟ ଆସନେ

ବସିଅଛ ତୁମ୍ଭେ ଜଣେ ।


ସୋମନାଥ ମହାପାତ୍ର ତୁମ୍ଭ ପିତା

ମହାମାୟା ମାତା ନାମ, 

ଯାଜପୁରେ ଜନ୍ମି ଜଗନ୍ନାଥ ପାଇଁ 

ଆସିଲ ଶ୍ରୀକ୍ଷେତ୍ର ଧାମ। 


ପରିଚିତ ଓଡିଶାର ବାଲମିକ 

ଦାଣ୍ଡି ରାମାୟଣ ଲେଖି,

ଭକ୍ତିପରାୟଣ ଏକାଧାରେ କବି

ରଚିଲ ଲକ୍ଷ୍ମୀ ପୁରାଣ। 


ଶ୍ରୀମଦ ଭଗବଦ ଗୀତା ସଂସ୍କୃତ 

ଅନୁବାଦ ଓଡ଼ିଆର,

'ବିରାଟ', 'ଜ୍ଞାନ ଉଜ୍ଜ୍ୱଳମଣି ଗୀତା'

ରଚି ସଙ୍ଗେ ଦୀପ୍ତିସାର ।


'ମନୁ ଗୀତା' ବାଣୀ ଅମୃତ ବଖାଣୀ

ପ୍ରଚାରିଲ ବେଦ ସାର,

ସାରସ୍ବତ ଖଣି 'ଜ୍ଞାନ ଚୁଡାମଣି' 

'ବ୍ରହ୍ମଜ୍ଞାନ ଏକାକ୍ଷର' ।


'କମଳ ଲୋଚନ' ପୁସ୍ତକ ବହନ

ସରସ୍ୱତୀ ହସ୍ତେ ବୀଣା,

ଗାଉଥିଲେ ସୁଖେ ସୁଧା ଶିଶୁମୁଖେ 

ବିଶ୍ବମୟ ପଦ ଜିଣା ।


ସାହିତ୍ୟ ଅମୃତ କୁଣ୍ଡେ ଯେ ଜଗତ

ରଖିଗଲେ ବଳରାମ,

ସାହିତ୍ୟର ପ୍ରେମୀ ଆସ୍ବାଦନେ ଚୁମି

ପୁଷ୍ପେ ମଧୁମକ୍ଷୀ ସମ। 


ଲକ୍ଷ୍ମୀ ଗୁରୁବାର ଲିପା ପୋଛା ଦ୍ବାର

ବୋଲନ୍ତି ଲକ୍ଷ୍ମୀ ପୁରାଣ,

ପାଠହୁଏ ଗ୍ରାମେ ସୀତାରାମ ନାମେ

ସୁଧା ଢାଳେ ରାମାୟଣ ।


ହୁଅ ମୋ ସାରଥୀ ନୀଳାଚଳପତି

ହେ ଦିନବନ୍ଧୁ ଠାକୁର,

ସାରସ୍ବତ-ରଣେ ଭାଷା-ଅଭିଯାନେ

ଲଙ୍ଘିଯିବି କୁରୁକ୍ଷେତ୍ର ।


କାବ୍ୟମୟ ମଣି ଭାଷାରତ୍ନ ବେନି 

ଭାଗବତ, ରାମାୟଣ, 

ଉତ୍କଳେ ଉଦୟ ଶ୍ରୀକ୍ଷେତ୍ରେ ଉଭୟ

ଜଗନ୍ନାଥ, ବଳରାମ ।


ପତିତପାବନ କରିଛି ମଣ୍ଡନ 

ପାପ ନାଶେ ନୀଳାଚଳେ, ରହିଛି ନିଶ୍ଚଳେ

ନାଶିଣ ଅଜ୍ଞାନ ଫୁଟିପଡେ ଜ୍ଞାନ

ପୁଣ୍ୟ କମଳ ଉତ୍କଳେ। 

          

ଭାଗ-୨ ପାଣି କୋଇଲି: ଗାଏ ବଳରାମ ଦାସ ଗୁଣ

***** ***** ***** ***** *****

ଲୋ କୋଇଲି!

କୋଇଲି ! ବଳରାମ ଦାସ କବିପ୍ରାଣ।

ରଚନା କରନ୍ତି ବୃତେ ଦାଣ୍ଡି ରାମାୟଣ ।


ଲୋ କୋଇଲି!

କୋଇଲି! ବଳରାମ ଦାସ ନାମ ଜାଣ ।

ଲକ୍ଷ୍ମୀ ପୁରାଣ ଶ୍ରବଣେ ପୁରିଯାଏ ମାଣ।


ଲୋ କୋଇଲି!

କୋଇଲି! ହରେକୃଷ୍ଣ ନାମ ଯେ ମୋହର ।

କି ଭାଗ୍ୟ ପାଇଲି, ରାମ ଏ ନପଡେ ଗାର ।


ଲୋ କୋଇଲି!

କୋଇଲି! ଭାଗ୍ୟ ଯାର ଗଢିଛି ବିଧାତା ।

ବଳରାମ ରାମାୟଣ ରାମ ମୋ କରତା ।


ଲୋ କୋଇଲି!

କୋଇଲି ! ରଚିଗଲେ ବ୍ରହ୍ମାଣ୍ଡ ଭୂଗୋଳ ।

ତା ସଙ୍ଗତେ ମୃଗୁଣୀ ସ୍ତୁତି ଭାବ ସମୁଦ୍ର ।


ଲୋ କୋଇଲି!

କୋଇଲି ! ଗୀତେ ରାମାୟଣ ଭାଗବତ ।

ଭ୍ରାତା ବେନି ରଥେ ବଳରାମ ଜଗନ୍ନାଥ ।


ଲୋ କୋଇଲି

କୋଇଲି ! ଓଡ଼ିଆ ସାହିତ୍ୟ ପଞ୍ଚସଖା ।

ଉଡିଯାଏ ପ୍ରାଣ ରାଘବ ନହେଲେ ଦେଖା।


ଲୋ କୋଇଲି

କୋଇଲି ! ଶାଶ୍ବତ ଅମୃତମୟ ପ୍ରାଣ ।

ସାତସୁର ବୀଣା ତାନେ ଅମୃତ କ୍ଷରଣ ।


ଲୋ କୋଇଲି!

କୋଇଲି ! ବଳରାମ ଦାସଙ୍କୁ ତକ୍ଷଣ ।

ଚିହ୍ନିଗଲୁ ଲେଖିଛନ୍ତି ବୋଲି ରାମାୟଣ ।


ଲୋ କୋଇଲି!

କୋଇଲି ! ଜାଣି ନାହିଁ ଛାନ୍ଦ ଲୟ ମୁହିଁ ।

ଭଣେ ହରେକୃଷ୍ଣ ଦେବ କେଜାଣି କିମ୍ପାଇଁ।


ଲୋ କୋଇଲି!

କୋଇଲି ! ନିର୍ମଳ ହୃଦୟ କବି ବର ।

ନିର୍ଜନେ ବସି ଲେଖେ ଅମୀୟ ଶାନ୍ତ ସ୍ବର ।


ଲୋ କୋଇଲି!

କୋଇଲି ! କି କହିବି ତୋତେ ମୋର କଷ୍ଟ ।

ମିଛେ ଭାଳି ହୋଇଯାଏ ସମୟ ମୋ ନଷ୍ଟ ।


ଲୋ କୋଇଲି!

କୋଇଲି ! ମନ କଥା ଜାଣି ନ ପାରିଲି ।

ମନେ ମନେ ତୋର କଥା ଭାଳି ହେଉଥିଲି ।


ଲୋ କୋଇଲି!

କୋଇଲି ! ମାତୃଭାଷା ଅମୀୟତା ସୁର।

ଶିଶୁ କଣ୍ଠ ସ୍ୱରେ ଯେହ୍ନେ ଅମୃତର ଧାର।


ଲୋ କୋଇଲି!

କୋଇଲି ! କବିଗଣ ରଚି କେତେକଣ।

କରି ସ୍ମରଣ ମହାଭାରତ ରାମାୟଣ।


ଲୋ କୋଇଲି!

କୋଇଲି ! ମନ ହେଲା ଥରେ ଗାଇ ଗଲି ।

ଗାଇ ଗାଇ ସତେ ନିଜ ନାମ ଭୁଲି ଗଲି ।


ଲୋ କୋଇଲି!

କୋଇଲି ! ଜଗନ୍ନାଥ ଧାମେ ବିଜେକରି।

ହରେକୃଷ୍ଣ ହରେରାମ କଲି ଜପାମାଳି ।


ଲୋ କୋଇଲି!

କୋଇଲି ! ବଳରାମ ଦାସଙ୍କୁ ସୁମରି ।

ତାଙ୍କ କଥା ଖାଲି ମନେ ହେଉଥାଏ ଘାରି ।


ଲୋ କୋଇଲି!

କୋଇଲି ! ଦେଖିଲି ଯା ଦୁଇ ଭାଇ ଏକା ।

କଳା ଧଳା ରଙ୍ଗେ ସିନା ମନ ପଡେ ଫିକା ।


ଲୋ କୋଇଲି!

କୋଇଲି ! କେତେ କଣ ହେଲି ମୁଁ ବାଉଳି।

ଲେଖିବି ବୋଲି ତା ନାମେ ଲେଖି ନ ପାରିଲି।


ଲୋ କୋଇଲି!

କୋଇଲି ! ଲେଖିଛନ୍ତି ବଳରାମ ଦାସ ।

ଲେଖିଛନ୍ତି ମନେଚିନ୍ତି ବଟ ଅବକାଶ ।


ଲୋ କୋଇଲି!

କୋଇଲି ! କୂଶଭଦ୍ରା ତୀରେ ରଚି ଥିବେ ।

ବେଦାନ୍ତସାର ଗୁପ୍ତଗୀତା ଆନନ୍ଦ ରବେ ।


ଲୋ କୋଇଲି!

କୋଇଲି! କାଳିଆ ବଳିଆ ବେନିଭାଇ ।

ରଥଯାତରାକୁ ଦେଖ ମଧ୍ୟେ ଚାନ୍ଦମୁହିଁ ।


ଲୋ କୋଇଲି!

କୋଇଲି ! ବୋଲେ ଯେବେ ବଳରାମ ଦାସ ।

ପଢିବେ ଘରେ ଘରେ ଗୀତା ଅମରକୋଷ ।


ଲୋ କୋଇଲି!

କୋଇଲି ! ଭାଇ ବେନି ନୀଳାଚଳେ ଥିବେ ।

ମୁହିଁ ଗଲେ କି ସେହୁ ବାରତା ପଚାରିବେ ।


ଲୋ କୋଇଲି!

କୋଇଲି ! ବାଇସି ପାହାଚେ ବେନିଭାଇ ।

ଡ଼ାକୁଥିବେ ବଳରାମ ଦାସ ନାମ ନେଇ ।


ଲୋ କୋଇଲି!

କୋଇଲି ! ଦାଣ୍ଡେ ବେନିଭ୍ରାତା ଡାକୁଥିବେ ।

ନିଶ୍ଚେ ମୋତେ ରାଜପୁତ୍ର ପରାୟ ମଣିବେ ।


ଲୋ କୋଇଲି!

କୋଇଲି! ହରେକୃଷ୍ଣ ଦେବ ନାମ ଧରି ।

ଚକା ନୟନରୁ ନିଶ୍ଚେ ଝରୁଥିବ ବାରି ।


ଲୋ କୋଇଲି!

କୋଇଲି ! ମୋ ଭାଗ୍ୟକୁ ଆଦରି ନେଲି ।

କାଳିଆ ସାଆନ୍ତ ପାଇଁ କେତେ ଝୁରି ମଲି।


ଲୋ କୋଇଲି!

କୋଇଲି ! ଶ୍ରୀମନ୍ଦିରକୁ ପାଛୋଟି ନେବେ ।

ଶାଢ଼ୀ ବାନ୍ଧି ମସ୍ତକରେ ରାଜା କରାଇବେ ।


ଲୋ କୋଇଲି!

କୋଇଲି ! ଜଗା ବଳରାମ ବେନି ଭାଇ ।

ଭକତ ଭାବକୁ ଆସୁଅଛନ୍ତି ସେ ବହି।


ଲୋ କୋଇଲି!

କୋଇଲି ! ଶୁଭେ ଶଙ୍ଖକ୍ଷେତ୍ରେ ଶଙ୍ଖନାଦ ।

ବାଜେ ବାଜେଣୀ ବୀଣା ବିଶ୍ୱଜିଣା ଶବଦ ।


ଲୋ କୋଇଲି!

କୋଇଲି ! ସତେ କିବା ହେବ ଅଭିଷେକ ।

ନେଇ ପାତ୍ର ମନ୍ତ୍ରୀ ସଙ୍ଗତେ ହେବି ସେବକ ।


ଲୋ କୋଇଲି!

କୋଇଲି ! ଭୁଲ ଥିଲେ କ୍ଷମା କରି ଦେବ ।

ଅଜ୍ଞାନେ ଭଣିଲେ ଗୀତେ ହରେକୃଷ୍ଣ ଦେବ ।


ଲୋ କୋଇଲି! ଲୋ କୋଇଲି!ଲୋ କୋଇଲି!

        


Rate this content
Log in

Similar oriya poem from Classics