STORYMIRROR

Lokanath Rath

Tragedy Action Classics

4  

Lokanath Rath

Tragedy Action Classics

ଉପହାସ ନା ଅପବାଦ

ଉପହାସ ନା ଅପବାଦ

1 min
405


କାହିଁକି କେଜାଣି ଏହି ଅମାନିଆ ମନ 

ହୁଏ ଖାଲି ସଜାଇବାକୁ କିଛି ନୂତନ ସପନ 

ଭାବି ଭାବି ଭାବରେ ସିଏ ହୁଏ ଛନ ଛନ 

ତାର ଆନନ୍ଦ ଉଲ୍ଲାସ ପୁଣି ହୁଏ ଚ୍ଛିନ୍ନ ଚ୍ଛିନ୍ନ 

ଦୂରେ ରହି ସମୟ ଦିଏ ଠାର ଏକ ଭିନ୍ନ 

ସତେ କେ ଇଏ ଉପହାସ ନା ଅପବାଦର କ୍ଷଣ ।


ବୁଝି ପୁଣି ଅବୁଝା ହୁଏ ମତୁଆଲା ମନ 

ଅଜଣା ଖିଆଲି କହେ ଥରେ ଶୁଣ 

ଆନନ୍ଦେ ଅଧୀର ହୁଅ, କିନ୍ତୁ ରଖ ଟିକେ ଧ୍ୟାନ 

କାଳଚକ୍ର ଘୁରୁଛି କରିବାକୁ ଶାନ୍ତି କୁ ଚ୍ଛିନ୍ନ 

ଅବସାଦେ ରହି ଉଦାସୀ ଆଜି ଗହନ ମନ 

ସ୍ରଷ୍ଟା ଓ କାଳ ମଧ୍ୟେ ଖେଳ, ଦିଅଇ ଗର୍ଜନ 

ସତେ କି ଏହା ଉପହାସ ନା ଅପବାଦର କ୍ଷଣ ।


ଦେବାଳୟ ହେଲା କୋଳାହଳ ଶୂନ୍ୟ 

ଜମେ ନାହିଁ ଗୃହ ଆଜି ହୋଇ ଭରା ପ୍ରିୟଜନ 

ବ୍ୟାଧିଗ୍ରସ୍ତେ କଟେ ଏକାନ୍ତେ କେତେ ଜୀବନ 

ଜୀବନର ଶେଷଯାତ୍ରା କର୍ମ ହୁଏ କୁଟୁମ୍ବ ବିହୀନ 

ଦଣ୍ଡିତ ନୁହେଁ କେହି, କିନ୍ତୁ ଭୋଗନ୍ତି ନିର୍ବାସନ 

ସତେ କି ଏହା ଉପହାସ ନା ଅପବାଦର କ୍ଷଣ ।


କବିର କବିତା ଲାଗେ ଆଜି କିଛି ଶବ୍ଦ ବିହୀନ 

ଲେଖକ ବି ଲେଖେ, କିନ୍ତୁ ଦୁର୍ବଳ ତାର ଲେଖନୀ ମୁନ

ଚିକିତ୍ସକ ସେବାରତ, କିନ୍ତୁ ବିବ୍ରତ ତାର ମନ 

ନ୍ୟାୟାଳୟେ ନ୍ୟାୟ ମିଳେ, ଛବି ମଧ୍ୟେ କରି ଯୁକ୍ତି ଉପସ୍ଥାପନ 

ବିଦ୍ୟା ଲଭେ ବିଦ୍ୟାର୍ଥୀ, ବେତାର ତାର ମାଧ୍ୟମ 

ସତେ କି ଏହା ଉପହାସ ନା ଅପବାଦର କ୍ଷଣ ।


ଆଚାର ବିଚାର ଆଜି କରନ୍ତି ଅନେକ ବର୍ଜନ 

ବାଣିଜ୍ୟେ ସତେ ମାତା ଲକ୍ଷ୍ମୀ ହୋଇଛନ୍ତି କ୍ଷୁର୍ଣ 

ବିଶ୍ୱ ଅର୍ଥନୀତି ଆଜି ହେଲାଣି ଚୁର୍ଣ ଚୁର୍ଣ 

ରାଷ୍ଟ୍ରନେତା ନୀତି ନେଇ ହୁଅନ୍ତି ଉପାୟହିନ 

ଅଦଭୂତ ଏହି ସମୟ ଲାଗେ ସତେ ବିବେକହିନ 

ସତେ କି ଏହା ଉପହାସ ନା ଅପବାଦର କ୍ଷଣ ।


ବୈଜ୍ଞାନିକ ଖୋଜି ଖୋଜି ପାଇଲେ କିଛି କାରଣ 

ପ୍ରତିକାର ଲାଗି ଦେଉଛନ୍ତି ମନ ଧ୍ୟାନ 

ହେବ କାଳଚକ୍ର ଖେଳର ନିବାରଣ 

ପ୍ରକୂସ୍ଥିତ ହେବ ଜଗତେ ସର୍ବ ଜନ ଜୀବନ 

ଜିତିବ ମାନବ ଏହି ଅଦଭୂତ ଅଜ୍ଞାତ ସଙ୍ଗ୍ରାମ 

ସତେ କି ଏହା ଉପହାସ ନା ଅପବାଦର କ୍ଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy