STORYMIRROR

DR PRASANTA KUMAR BISWAL

Inspirational Children

4  

DR PRASANTA KUMAR BISWAL

Inspirational Children

ଉପହାର

ଉପହାର

1 min
409


ଘୋଷା ବିଦ୍ଯା ପରି ଘୋଷିଲେ ପାଠକୁ

ଶିକ୍ଷିତ ନୁହଁଇ ଗଣା

ଆୟତ୍ତ ବିଦ୍ଯାଯେ କର୍ମରେ ନଥାଏ

ପାଠପଢି ମୂର୍ଖ ସିନା


ଚାକିର କରିଣ ସ୍ବାର୍ଥକୁ ଧରିଣ

ଶିକ୍ଷିତ ନୁହଁଇ ଜମା

ସେବା ପ୍ରେମ ବିନା ଜୀବ ଶବ ସିନା 

ମଣିଷ ନୁହଁଇ ଜମା।


ମଣିଷ ପଣିଆ ହରାଇ ଯେ ନର

ଅନ୍ଯକୁ ଦିଅନ୍ତି ଜାଳି

ଆଗରେ କେହିତ କହି ନପାରନ୍ତି

ପଛରେ ଦିଅନ୍ତି ଗାଳି।


ପଣ୍ଡିତ ହୋଇଣ ବ୍ରହ୍ମକୁ କନ୍ଦାଏ

ହସୁଥାଏ ଜନ୍ତୁରାଣ

ଭଣ୍ଡିବାକୁ ନୁହଁ ତାହାକୁ ସହଜ

ସବୁ ବିଚାରିବ ଜାଣ।


ନିଜର ଦୋଷକୁ ନ ଦେଖି ଯେ ନର

ଅନ୍ଯ ଦୋଷ ଖୋଜୁଥାଏ

ପରଶ୍ରୀ ଯେ ନର ସହି ନପାରଇ

ନିଜେ ସର୍ବନାଶ ହୁଏ।


ଏ ଜୀବନ ଯଦି କାହା ଲାଗି ଭାର

ଜନ୍ମ ସଫଳ ନୁହଁଇ 

ଦୁଃଖ ପିଇ ଥରେ ସୁଖ ଦିଏ ବାରେ

ପୁରୁଷୋତ୍ତମ ବୋଲଇ।


କ୍ରୋଧ ଅହଂକାର ମାନବ ବିକାର

ଟଙ୍କା ନୁହଁଇଟି ସବୁ

ବିପଦରେ ରହି ଦୁଃଖରେ ହସାଇ

ଶୁଭକର୍ମେ ସାହା ବିଭୁ।


ଅନ୍ଯକୁ ହସାଇ ସୁକର୍ମ କରଇ

ମଙ୍ଗଳ ଚିନ୍ତେ ଅନ୍ଯର, 

ଗଲାବେଳେ ମଲାପରେ ଲୋକେ ଗୁଣ ଗାଉଥିଲେ

ହେବ ବଡ ଉପହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational