STORYMIRROR

Binodini Dash

Inspirational Children

4  

Binodini Dash

Inspirational Children

ଉଜ୍ଜ୍ବଳ ଭବିଷ୍ୟତ

ଉଜ୍ଜ୍ବଳ ଭବିଷ୍ୟତ

1 min
287


ସ୍ଥିର ଲକ୍ଷ୍ୟ ପଥେ ସିନା ଆଗେଇଲେ

ଗଠନ ଉଜ୍ଜ୍ବଳ ଭବିଷ୍ୟତ

ଏ ନାବେ ସେ ନାବେ ଗୋଡ଼ ରଖୁଥିଲେ

ବିଚ୍ୟୁତ ନୁହଁଇ କି ଲକ୍ଷ୍ୟ ପଥ ?


ପିତାମାତା, ଗୁରୁ, ହିତାକାଂକ୍ଷୀ ବନ୍ଧୁ

ନିଜ ବିବେକର ପରାମର୍ଶରେ

ଉଠିପାରେ ଜଣେ ପାହାଚ ପାହାଚ

ଦୃଢ଼ ଇଚ୍ଛାଶକ୍ତି ଚେଷ୍ଟା ବଳରେ ।


ସଭିଙ୍କ ଆଶିଷ ବିଭୁ କୃପା ବାରି

ଝରି ମଥାପରେ ଅନବରତ

କଢ଼ାଇ ନିଅଇ ନିରେଖି ନିରେଖି

ଶେଷେ ଜୀବନରେ ଶେଷ୍ଠତ୍ବ ପ୍ରାପ୍ତ ।


ଶେଷ ପାହାଚର ସ୍ପର୍ଶ ହୃଦୟରେ

ଭରି ଦିଅଇ ଯେଉଁ ଅନୁଭବ

ଅନୁଭବୀଟିଏ ବୁଝି ପାରିଥାଏ

ଜୀବନରେ କେତେ ମିଳିଛି ଲାଭ ।


ସଜାଗ ମନଟେ ଉଜ୍ଜ୍ବଳି ଉଠଇ

ଜୀବନ ଆକାଶେ ଜ୍ୟୋତି ସ୍ବରୂପ

ଚଉପାଶ ତା'ର କରି ଆଲୋକିତ

ସକଳେ ଭରଇ ଖୁସି ଅମାପ ।



Rate this content
Log in

Similar oriya poem from Inspirational