STORYMIRROR

Sachidananda Behera

Abstract Action Others

4  

Sachidananda Behera

Abstract Action Others

ଉଦର ଜ୍ୱାଳା

ଉଦର ଜ୍ୱାଳା

1 min
208


ଏ ଉର୍ଣ୍ଣତ ବିଶ୍ୱର ମାନବ 

ଶୁଣ ଶୁଣ ହେ ମୋ ରୋଦନ.....,

ମୁଁ ବି ତୁମପରି ମଣିଷ

କିନ୍ତୁ..........

ଏବେ ଉଦର ମୋ କରେ କ୍ରନ୍ଦନ।।


ମୁଁ ବି ତୁମପରି ମଣିଷଟିଏ

ମୋର ବି ଅଛି ଭୋକ ଶୋଷ,

ଖାଲି ନାହିଁ ମୋ ପାଖେ ଟଙ୍କାଟିଏ

ଏହା ଖାଲି ମୋ ଅବଶୋଷ ।।।


ପେଟ ମୋ କାନ୍ଦୁଛି କଇଁ କଇଁ ହୋଇ 

ଶୁଣ କେହି ତା କରୁଣ ଚିତ୍କାର,

ଦିଅ ମୋତେ କେହି ଟଙ୍କା ଟିଏ

ଯେମିତି ପୁରିବ ମୋ ଉଦର।।


ଟିକେ ପେଟ ଭରିବା ପାଇଁ

ହେଲିଣି ମୁଁ ତେର ପିଣ୍ଡା ବାର ଦୁଆର,

ହେଲେବି କାହାରି ନାହିଁ ନଜର

ଏ ଦୁର୍ଦ୍ଦଶା ଦେଖିବାକୁ ମୋହର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract