STORYMIRROR

Sahadev Behera

Romance

2  

Sahadev Behera

Romance

ଉଡା ବିହଗ

ଉଡା ବିହଗ

1 min
388

ତୁ ଥିଲୁ ଯେବେ  ମୋ ମନ ଭିତରେ

   ଖୋଜୁଥିଲୁ ସବୁଦିନ

ଦଣ୍ଡେ ନ ଦେଖିଲେ  ପାଗିଳୀ ପରାଏ

   ହେଉ ଥିଲା ତୋର ମନ

ଯେବେଠୁ କଲେଜ   ଗଲୁ ତୁ ସୁନ୍ଦରୀ

   ଫସିଗଲୁ କାହା ପ୍ରେମେ

ଦେଖିଦେଲେ ଏବେ   ଆଡ କରି ମୁହଁ

   ଚାଲିଯାଉ କେଉଁ କାମେ

ଗାଡିରେ ବସାଇ   ପାରକ ବୁଲାଇ 

   ନେଉଥିଲି ଯେବେ ତୋତେ

କେତେ ଆଦରରେ   ଭିଡିଧରି ଗାଲେ

   ଚୁମା ଦେଉଥିଲୁ ମୋତେ

ଭଲ ପାଇବାଟା   ଦେହରେ ନଥାଏ

   ସଫା ରୂପ ଗୋରା ପଣ 

ଦୁଇଟି ହୃଦୟ   ମିଶିଯାଏ ଯେବେ

    ମିଶି ଯାଏ ମନ ପ୍ରାଣ

ମୋତେ ତୁ ପାଶୋରି  ଦେଲୁ ପର କରି

    କା' ପ୍ରେମ ଜାଲରେ ଫସି

କେମିତି ଜାଣିବୁ   ପ୍ରେମର ମହତ

    ତୁହିତ କାକୁଡି କସି

ଉଡା ବିହଗ ତୁ  ଏଡାଳ ସେ ଡାଳ 

    ନାହିଁ ତୋର କାହିଁ ବସା

ଦୁନିଆ ଆଗରେ ହେବୁ ଦିନେ ସତେ

    ଏଥି ପାଇଁ ଲୋକ ହସା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance