STORYMIRROR

Jayashree Maharana

Abstract

2  

Jayashree Maharana

Abstract

ତ୍ୟାଗ

ତ୍ୟାଗ

1 min
87

ପ୍ରେମରେ ତ୍ୟାଗର ଅମୂଲ୍ୟ ମହତ୍ତ୍ୱ

ମାଆଠାରୁ ମିଳିଥାଏ

ସନ୍ତାନ ପ୍ରେମରେ ନିଜର ସର୍ବସ୍ୱ

ବଳିଦାନ ଦେଇଥାଏ


ସନ୍ତାନ ଓଠରେ ଖୁସି ଭରିବାକୁ

ନିଜ ସୁଖ ଭୁଲିଥାଏ

ଇଚ୍ଛା ଆକାଂକ୍ଷାକୁ ସମାଧି ଦେଇ ସେ

ସବୁବେଳେ ହସୁଥାଏ


ନିଜର କ୍ଷୁଧାକୁ ଉଦରରେ ମାରି

ଶିଶୁ ମୁଖେ ଖାଦ୍ୟ ଦିଏ

ରାତି ରାତି ସିଏ ଉଜାଗର ରହି

ସଦା ସେବା କରୁଥାଏ


ଚିରା ପଣତରେ ଲାଜ ଢାଙ୍କି ତା'ର

ଘରକୋଣେ ରହିଥାଏ

ସନ୍ତାନ ନିମନ୍ତେ ମନଲାଖି ବସ୍ତ୍ର

ଅର୍ଥ ସଞ୍ଚି କିଣୁଥାଏ


ସନ୍ତାନ ଭବିଷ୍ୟ ସୁନ୍ଦର ନିମନ୍ତେ

ଈଶ୍ୱରଙ୍କୁ ପୂଜୁଥାଏ

ସନ୍ତାନ ସଫଳ ହୋଇଲେ ଜୀବନେ

ଆତ୍ମତୃପ୍ତି ଲଭିଥାଏ


ପ୍ରେମର କୀରତ୍ତି ତ୍ୟାଗର ମୂରତ୍ତୀ

ମାଆଠାରୁ କେହି ନୁହେଁ

ମାଆର ତ୍ୟାଗକୁ ବୁଝିଥାଏ ଯିଏ

ସନମାନ ଦେଉଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract