ତ୍ୟାଗ
ତ୍ୟାଗ
ପ୍ରେମରେ ତ୍ୟାଗର ଅମୂଲ୍ୟ ମହତ୍ତ୍ୱ
ମାଆଠାରୁ ମିଳିଥାଏ
ସନ୍ତାନ ପ୍ରେମରେ ନିଜର ସର୍ବସ୍ୱ
ବଳିଦାନ ଦେଇଥାଏ
ସନ୍ତାନ ଓଠରେ ଖୁସି ଭରିବାକୁ
ନିଜ ସୁଖ ଭୁଲିଥାଏ
ଇଚ୍ଛା ଆକାଂକ୍ଷାକୁ ସମାଧି ଦେଇ ସେ
ସବୁବେଳେ ହସୁଥାଏ
ନିଜର କ୍ଷୁଧାକୁ ଉଦରରେ ମାରି
ଶିଶୁ ମୁଖେ ଖାଦ୍ୟ ଦିଏ
ରାତି ରାତି ସିଏ ଉଜାଗର ରହି
ସଦା ସେବା କରୁଥାଏ
ଚିରା ପଣତରେ ଲାଜ ଢାଙ୍କି ତା'ର
ଘରକୋଣେ ରହିଥାଏ
ସନ୍ତାନ ନିମନ୍ତେ ମନଲାଖି ବସ୍ତ୍ର
ଅର୍ଥ ସଞ୍ଚି କିଣୁଥାଏ
ସନ୍ତାନ ଭବିଷ୍ୟ ସୁନ୍ଦର ନିମନ୍ତେ
ଈଶ୍ୱରଙ୍କୁ ପୂଜୁଥାଏ
ସନ୍ତାନ ସଫଳ ହୋଇଲେ ଜୀବନେ
ଆତ୍ମତୃପ୍ତି ଲଭିଥାଏ
ପ୍ରେମର କୀରତ୍ତି ତ୍ୟାଗର ମୂରତ୍ତୀ
ମାଆଠାରୁ କେହି ନୁହେଁ
ମାଆର ତ୍ୟାଗକୁ ବୁଝିଥାଏ ଯିଏ
ସନମାନ ଦେଉଥାଏ