STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ତ୍ୟାଗ ର ଭାଷା ସାହିତ୍ୟରେ

ତ୍ୟାଗ ର ଭାଷା ସାହିତ୍ୟରେ

1 min
200

ମାତୃଭାଷା 

,,,,,,,,,,,,,,,,, 

ମାଆକୁ ଯେପରି ଓଢଣୀ ସୁନ୍ଦର 

ପଣତେ ମମତା ସ୍ନେହର ଡୋର 

ସାହିତ୍ୟ ସେପରି ଭାଷା ରେ ସମୃଦ୍ଧ 

ସ୍ଥାନ କାଳ ପାତ୍ରେ ମଧ୍ୟରେ ବିଚାର 

ଭାଷା ଆଞ୍ଚଳିକ ସାହିତ୍ୟ ସାର୍ବଜନୀନ ସାର 

ହେଲେ ସେଇ ଉପଲବ୍ଧି, ପାପ ପୁଣ୍ୟ ର ବିଚାର 

ମାତୃଭାଷା ରେ ଆଦର ଥାଏ ଯଦି ନର 

ଲେଖନୀ ହୁଏ ସୃଜନାତ୍ମକ ତାର 

କଥାରେ ଗୀତରେ ଭାବରେ ବ୍ୟଙ୍ଗ ରେ 

ଶିଖାଏ ପରପିଢ଼ି କୁ ମର୍ଯ୍ୟାଦା ବେଭାର 

ଛାଡ଼ିନିଜ ମାତୃଭାଷା ଆପଣାଇ ଅନ୍ୟଭାଷା 

ସଂସ୍କୃତି ଓ ପରମ୍ପରା ହୁଏ ଛାରଖାର 

ଉତ୍ତୋରତ୍ତର ପିଢ଼ିପାଇଁ ହୁଏ ଅନ୍ୟ ଭାଷା ଦରକାର 

ଯେବେ ସେ ସ୍ବଦେଶୀ ହୁଅଇ ବିଦେଶୀ କାରବାର 

ଯେଣେ ଯାଅ ତେଣେ ମନାନାହିଁ ହେଲେ 

ନିଜ ମାତୃଭାଷା ସମୃଦ୍ଧି ପାଇଁ ତ କିଛି କର 


ନିଜ ମାତୃଭାଷା ଭିତରେ ଲୁଚିଛି ଭାବଦିଆନିଆ କେତେ 

ସୁନେଲି ସକାଳେ ସୂର୍ଯ୍ୟ ଉଇଁଲେ ନିତ୍ୟେ 

ସଞ୍ଜବତୀ ମଧ୍ୟରେ ନବବଧୂଟିଏ ଶୁଭ ମନାସଇ ଯେତେ 

ମାତୃଭାଷାରେ ଯାହାର ନାହିଁ ଆଦର ସେ କାଁହୁ ବୁଝିବ ସତେ 

ଜନମ କାଳରୁ ମାର ମୁଁହରୁ ଶିଖିଛୁ ଯେଉଁ ଭାଷା ଏତେ 

ବନ୍ଦାଇ ଦେବା ଧୂପ ଦୀପ ନୈବେଦ୍ୟ ଦେଇ 

ଲେଖି ଓଁ, ବ୍ରହ୍ମ, ସ୍ବସ୍ତି, ନିରାକାର କହି 

ଆମରି ଭାଷା ସାହିତ୍ୟର ତେତ୍ରିଶଶହ ଦେବତା ଓ ଦେବୀ ରହି 

ଆମରି ମାତୃଭାଷା ଭିତରେ ଜପ ତପ ନିଷ୍ଠା ଭକ୍ତି ଯିବା କହି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract