STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ତ୍ୟାଗ ପ୍ରତିମୂର୍ତ୍ତି ନାରୀ

ତ୍ୟାଗ ପ୍ରତିମୂର୍ତ୍ତି ନାରୀ

1 min
415


କେତେ ଭାରାକ୍ରାନ୍ତେ ରହିଥାଏ ନାରୀ

  ତଥାପି ରଖେ ଖୁସି ମନରେ

ଦୁଃଖ କଷ୍ଟ ସବୁ ହୃଦେ ଚାପି ଧରେ

  ଶକ୍ତିରୂପା ଏ ନାରୀ ପରାରେ

  କରେ ସତ୍କାର ଭକ୍ତି ଭାବରେ

    ଅତିଥି ସେବାରେ

ଆଗୁଆ ସର୍ବଦା ଭକ୍ତିରେ ନାରୀରେ

  ପଟାନ୍ତର ଟି ନାହିଁ ତାହାରେ।


ଜିଲ୍ଲାଟି ସଢୈଇକଳା ଖରସୁଆଁ

  ଏଠି ନାରୀର ଶକ୍ତି ଗୁଞ୍ଜୁଛି

ମୀନାକ୍ଷୀ ମୀନାକ୍ଷୀ ନାମଟି ଶୁଭୁଛି

  ସୁରକ୍ଷିତ ଟି ଭାଷା ହୋଉଛି

    ଭାଷା ପ୍ରତି ପ୍ରୀତି

ଜାଳିଲେ ଆନ୍ଦୋଳନର ଜ୍ୟୋତି

  ନାଗର ପଞ୍ଚାୟତର ନେତ୍ରୀ।


ନଗର ଉନ୍ନତି କରନ୍ତି କର୍ମରେ

  ଭେଦଭାବଟି ନରଖି କା'ରେ

ମୃଦୁଭାଷୀ ନାରୀ ମାତୃଭାଷା ଧରି

  ଆଦର ତାଙ୍କ ଜନସେବାରେ

    କର୍ତ୍ତବ୍ୟ ପଥରେ

କର୍ମ କରୁଥାନ୍ତି କର୍ମ ପଥେ ରହି

  ଜାତିଭେଦକୁ ନରଖି କା'ରେ।


ଝାଡ଼ଖଣ୍ଡ ରାଜ୍ୟେ ଭାଷାର ସୁରକ୍ଷା

  ଆନ୍ଦୋଳନ ଶକ୍ତିରୂପା କୋଳୁ

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆର ଭାଷା

  ସୁରକ୍ଷିତଟି ନାରୀଙ୍କ ବଳୁ

    କାହିଁକି ନହେବ

ସିଂହଭୂମି ପରା ଓଡ଼ିଆଙ୍କ ଭୂମି

 ନାରୀଶକ୍ତି ଦେଲା ଏ ଗୌରବ।


ନାରୀର ମହିମା ଗୁଞ୍ଜୁଛି ଦେଶରେ

 ସବୁ କ୍ଷେତ୍ରରେ ନାରୀ ଆଗରେ

ବିଚ୍ଛିନ୍ନାଞ୍ଚଳରେ ମୟୂରଭଞ୍ଜର

 ନାରୀ ହିଁ ରାଷ୍ଟ୍ରପତି ଦେଶରେ

     ମନ ଉତ୍ସାହିତ

   ଅଙ୍ଗ ଉମଙ୍ଗ ହୃଦ ହର୍ଷିତ     

ପରା ନାରୀ ଆଜି ସର୍ବୋଚ୍ଚ ସ୍ଥାନରେ

   ଜନତା ଆଜି କେତେ ଗର୍ବିତ।


ମାତୃଭାଷା ପାଇଁ ତାଙ୍କ ଆନ୍ଦୋଳନ

  ଓଡ଼ିଆ କିରେ କେବେ ଭୁଲିବ

ପତିବ୍ରତା ନାରୀ ଆଦର୍ଶ ଗୃହିଣୀ

  ମୀନାକ୍ଷୀ ନାମ ସଦା ଗୁଞ୍ଜିବ

  ତ୍ୟାଗ ପ୍ରତିମୂର୍ତ୍ତି ଯା'ର ଭାବ

     ହୃଦୟରେ ଥିବ

ଭାଷା ପ୍ରତି ପ୍ରେମ ଗୁଞ୍ଜନ କରିବ

  ସନ୍ତାନେ ଯହୁଁ ଶିକ୍ଷା ପାଇବ।




Rate this content
Log in

Similar oriya poem from Abstract