STORYMIRROR

Suchitra Parida

Classics

3  

Suchitra Parida

Classics

ତୂମ ବିନା

ତୂମ ବିନା

1 min
190



ତୁମ ଵିନା ସବୁ ଶୂନ୍ୟତାରେ ଭରେ

ଆକାଶ ପୃଥିବୀ ଦୂରତା ପରି

ତୁମ ଵିନା ସଦା ଅପୁରଣ ମୁହଁ

ମନରେ ଦୁଃଖ ଯାଏ ଭରି ।


ତୁମ ବିନା କେଉଁ ମନ୍ଦିରର ଶୋଭା

କେହତ କହିବ ନାହିଁ

ତୁମଵିନା କେଉଁ ମନ୍ଦିରରେ ପୂଜା

କେହି କେଵେ କରେନାହିଁ।


ତୁମ ନାମ ଵିନା କେଵେ କେହି ପରା

ଶାନ୍ତିରେ ଜୀବନ କାଟି ନାହିଁ

ତୁମ ଵିନା କେଵେ ପ୍ରେମର ବରଷା

କାହାରି ଅଗଣା ମାଡି ନାହିଁ।


ତୁମ ସଙ୍ଗୀତର ମୂର୍ଛନାନଶୁଣି

କେହି କେବେ ଶାନ୍ତି ଲଭିନାହି

ତୁମବିନା ଭଜନ ଜଣାଣ ନାହିଁ

ଯେଉଁ ଥିରେତୃପ୍ତ ଆସେ ନାହିଁ।


ତୁମ ବିନା ମୋର ଅଧୁରା ଜୀଵନ

ଶରୀରର ପରା ଚିତ୍ତ ନାହିଁ

ତୁମଵିନା ମୋର କାହିଁ ପଞ୍ଚ ପ୍ରାଣ

ତୁମଵିନା ମୋର ମୁକ୍ତି କାହିଁ ।


Rate this content
Log in

Similar oriya poem from Classics