STORYMIRROR

Ranjit Sahu

Abstract Drama Others

3  

Ranjit Sahu

Abstract Drama Others

ତୁଷାରପାତ ପରେ ପରେ

ତୁଷାରପାତ ପରେ ପରେ

1 min
197

ଥରଇ ତୁଷାର ଝଡ଼ରେ ଧରଣୀ

ଫେରି ଆସେ ଯେବେ ଋତୁ ହିମର 

ଝରେ ଆକାଶରୁ ପୂଳା ପୂଳା ହିମ

ଭରେ ବନ, ବିଲ, ଗ୍ରାମ, ସହର

ପ୍ରକୋପ ତାହାର କରେ ଭୟଭୀତ ପବନରେ କମ୍ପଇ ଚଉଦିଗ  

ଆଶ୍ରା ଖୋଜି ପ୍ରାଣୀ ଲୁଚେ ବନସ୍ତରେ,

ନୀଡ଼ରେ ଅସ୍ଥିର ହୁଅଇ ଖଗ

ହେଉ ଯେତେ ବଡ ତୁଷାରାର ଝଡ଼,

ସୁନିଶ୍ଚିତ ଅଟେ ତାହାର ଅନ୍ତ,

ଉଡି ଯାଏ ମେଘ ତାରାଙ୍କ ମେଳରେ,

ଆକାଶେ ଉଏଁ ପୁଣି ନିଶିକାନ୍ତ

ହୁଏ ଆଲୋକିତ ସମଗ୍ର ଜଗତ,

ଶୀତଳ, ଶୁଭ୍ର, ଚନ୍ଦ୍ର କିରଣରେ, 

ନଗ୍ନ ପାଦପର ବଦନ ଲୁଚଇ,

ଧବଳ ହିମର ଆବରଣରେ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract