STORYMIRROR

Lata Behera

Abstract

4  

Lata Behera

Abstract

ତୁଣ୍ଡ ବାଇଦ

ତୁଣ୍ଡ ବାଇଦ

1 min
360



ବାଇଦ ଶବ୍ଦଟି ଖଣ୍ଡେ ଦୂର ବ୍ୟାପେ

ତୁଣ୍ଡ ବାଇଦ ସହସ୍ର 

କ୍ଷଣିକ ଭିତରେ ବ୍ୟାପି ଯାଏ ସିଏ

ନିନ୍ଦା ଭରେ ସେ ଅଜସ୍ର ।


ଭଲ କାମ କଲେ ଯଶ ଖ୍ୟାତି ମାନ 

ବେଶୀ ଦୂର ଯାଏ ନାହିଁ 

ଟିକେ ଦୋଷ ତ୍ରୁଟି ରହି ଯାଏ ଯେବେ 

ଅପପ୍ରଚାରଟି ରହି ।


ସେ ଅପପ୍ରଚାର ଜଣଙ୍କ କାନରୁ

ଅନ୍ୟ କାନ ହେଇଯାଏ

କ୍ଷଣିକ ଭିତରେ ସାରା ଦୁନିଆରେ

ଡେଙ୍ଗୁରା ତା ପିଟା ଯାଏ ।


ଜଣେ କହୁଥାଏ ଆପଣାର ଭାବି

ତୋତେ ଦେଲି ସିନା କହି

ହେଲେ ତୁ କାହାକୁ କହିବୁନି ଏହା

ମୋ ରାଣ ରହିଲା

ତହିଁ ।


ସତ୍ୟତା ନ ଜାଣି ମିଛ ଗୁଜବଟି

ୟା ପାଖୁ ତା ପାଖେ ଯାଏ

ବିଚାରି କିଛି ବି ଦୋଷ ନ କରିଣ

ନିନ୍ଦା କଳଙ୍କଟି ପାଏ ।


ପଛରେ ସତଟି ଯେତେ ବା ଆସିଲେ

ତା ଅପମାନ କି ଯାଏ

ତୁଣ୍ଡ ବାଇଦଟି ଏମିତି ଗୋଟିଏ

ଭଲ ଭନ୍ଦ ତାର ଥାଏ ।


ଯାହା ବି ଶୁଣିବ ଅନ୍ୟକୁ କହିବ

ଭାବି ଚିନ୍ତି କହୁଥିବ

ତୁଣ୍ଡ ବାଇଦର ସତ୍ୟତାକୁ ଜାଣି

ଅନ୍ୟ ଆଗେ ପ୍ରକାଶିବ ।


ପ୍ରକୃତ ସତଟି ନ ଜାଣି କାହିଁକି 

କଳଙ୍କରେ ବୋଳି ଦେବ

ତୁଣ୍ଡ ବାଇଦକୁ ବିଶ୍ୱାସ କରିଣ

କାହିଁକି ଦୁଃଖ ଭରିବ ।


Rate this content
Log in

Similar oriya poem from Abstract