ତୁମରି ପରଶ
ତୁମରି ପରଶ
ତୁମରି ପରଶ
ଲକ୍ଷେ ତପନ ର ଜ୍ୱାଳା
ଶାନ୍ତ ହୁଅଇ
ତୁମରି ପରଶ ମାତ୍ରେ,
କୋଟି ଅଗ୍ନି ଶିଖା
ଜାଳି ନ ପାରଇ
ଉତ୍ତlପ ଥିଲେ ହେଁ ଯେତେ l
କେବେ ତୁମେ
ପତିତପାବନୀ
କୋଟି ପାପ ଧୋଇ ଦେଇ,
କେବେ ପୁଣି
ପ୍ରଳୟଙ୍କାରିଣୀ
ଗାଁ ଗଣ୍ଡା ଖାଇ ଯାଇ l
କେବେ ତୁମେ
ବିନାଶ କାରିଣୀ
କରିଦିଅ ସର୍ବନାଶ
କେବେ ପୁଣି
ଜୀବନ ଦାୟିନୀ
ଢାଳି ଦେଉ ଥାଅ ଆଶିଷ l
ସ୍ରଷ୍ଟା ଙ୍କର ତୁମେ
ଭିନ୍ନ ଏକ ରୂପ
କିଏ ବା ତୁମର ତୁଲ୍ୟ,
ତୁମ ବିନା ସୃଷ୍ଟି
ପାରିବନି ତିଷ୍ଠି
ନ ବୁଝିଲେ ତୁମ ମୂଲ୍ୟ
