Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
226



ସାଗର କୂଳରେ ଖୋଜିଲି ଶାମୁକା

ପାଇଲି ଗୋଟିଏ ମନ

ହୃଦୟେ ଜାଗିଲା ପହିଲି ପ୍ରେମର 

ମିଠା ମିଠା ଶିହରଣ I


ବାଟ ହୁଡିଥିବା ଅଲୋଡା ମନରେ

ଅମୃତ ବରଷି ଗଲା

ତୁମପାଇଁ ସଖୀ ଅନେକ ସପନ

ଆଖିତଳେ ବସା କଲା I


ଆକାଶଟା ସାରା ଅନେକ ବାଦଲ

ବୁଲୁଥିଲେ ଭାସି ଭାସି

ତୁମେ ଏକା ସଖୀ ଏମିତି ବାଦଲ

ଖୁସି ମନେ ଗଲ ବର୍ଷି I


ଦୁଃଖର ପାହାଡ ମାଟିରେ ମିଶିଲା

ତୁମକୁ ଦେଖିଲା ପରେ

ଲାଗୁଥିଲା ଅବା କେଉଁ କାଳୁ ତୁମେ

ଥିଲ ମୋର ମନ ତଳେ I


ଫଗୁଣର ଫଗୁ ବୋଳିଦେଲ ଦେହେ

ମନକୁ ରଙ୍ଗୀନ କଲ

ଦୁନିଆ ଲାଗିଲା ନୂଆ ନୂଆ ଯେବେ

ତୁମ ପ୍ରେମେ ଭିଜାଇଲ I


ଆଖିତଳେ କେତେ ସପନ ଖଞ୍ଜିଲ

ଆଖିରେ ମିଶାଇ ଆଖି

ହୃଦୟରେ ମୋର ରହିଗଲ ତୁମେ

ହୋଇ ମୋର ପ୍ରିୟ ସଖୀ I

       


Rate this content
Log in

Similar oriya poem from Romance