STORYMIRROR

Minakumari Tahala

Romance

4  

Minakumari Tahala

Romance

ତୁମେ

ତୁମେ

1 min
309


ତୁମେ ବୋଲି ଶବ୍ଦଟି ଆସିଗଲେ

ସାରା ଆକାଶର ପ୍ରତିଛବି

ଆଙ୍କି ହୋଇଯାଏ

ମୋ ହୃଦୟର ଆଲବମରେ

ବାରିଦରେ ଖେଳିଯାଏ

ମେଘର ମହ୍ଳାର 

ପୂର୍ଣ୍ଣତା ଆସିଯାଏ ଜୀବନ ଧରିତ୍ରୀରେ

ଦୈନ୍ୟ ଐଶ୍ୱର୍ଯ୍ୟକୁ ନେଇ

ପ୍ରତିଟି ରେଣୁରେ ଭରପୁର

ହୋଇଯାଏ ପ୍ରାଣ ଶକ୍ତି।

ମନର ଫାଲଗୁନରେ ବୋହିଯାଏ

ମୃଦୁ ମୃଦୁ ମଳୟର ଗନ୍ଧ

ଉଦାର ସାଗରର ହୃଦୟ ପରି

ସୁଗଭୀର ଜୀବନ ହୋଇଥାଏ

ପ୍ରଶାନ୍ତ ନୀଳ ସବୁଜିମା

ଢେଉ ପରି ଉଦ୍ବେଳନ

ଭରପୁର ଯୌବନ 

ଆତ୍ମୀୟତା ଅନନ୍ତ ଅତୁଳ

ଏହି ଶବ୍ଦ ପୂର୍ଣ୍ଣତା ପ୍ରାପ୍ତିର

ଦୁଇଟି ଆତ୍ମାର ଡାକରେ

ଆତ୍ମା ସହ ଆତ୍ମାର 

ଓଠ ସହ ଓଠର 

ବାହୁ ସହ ବାହୁର

ମିଳନର ଆଶାରେ

ତୁମେ ଶବ୍ଦ ସାର୍ଥକତାର

ପ୍ରେମ ପ୍ରତୀକ ରୂପରେ।



Rate this content
Log in

Similar oriya poem from Romance