ତୁମେ
ତୁମେ
ମୋ ମନର ନିଃଶବ୍ଦ କୋଳାହଳ .....
ମନ ଅଗଣାକୁ ଯେବେ ନିରେଖି ଦେଖେ,
ଦିଶେ, ମୋରି ଲାଜୁଆ ଆଖି,
ଏକ ଅଜଣା,ଅସରନ୍ତି ଅନୁସନ୍ଧାନରେ.....
ତୁମେ କି ପାରିବ ଜାଣି
ମୋ ମନର ଅତୃପ୍ତ ଆସକ୍ତିକୁ?
ନାଲିଆ ଓଢଣୀ ଟାଣି ଏ ମନ ଉଡିବୁଲେ
ସ୍ବପ୍ନ ରାଇଜରେ, ଆଶାର ଇନ୍ଦ୍ରଧନୁରେ,
ଖୋଜେ ତୁମରି ଅସ୍ତିତ୍ବ .....
ତୁମେ ଯେ ଅନିବାର୍ଯ୍ୟ ମୋ ଜୀବନରେ
ପଞ୍ଚଭୁତ ପରି ।
ତୁମେ କିନ୍ତୁ ଅପ୍ରାପ୍ତ,
ରହିଥାଅ ମୋ ସ୍ମୃତିରେ, ଉଦାସୀନ ମନରେ,
ଆଖିର ଲୁହ ଧାରେ....
ମୁଁ ଖୋଜୁଛି ପୂର୍ଣ୍ଣତା
ମନର ନିସ୍ତବ୍ଧତାରେ, ଲିଭି ଯାଇଥିବା
ସଳିତାର ମହକରେ .....
ତୁମେ ଯେ ଅନିବାର୍ଯ୍ୟ ମୋ ଜୀବନରେ ।
