ତୁମେ
ତୁମେ


ତୁମେ
ତପ୍ତ ବୈଶାଖୀର
ଉଷୁମ ଝାଞ୍ଜିରେ
ତୁମେ ଶୀତଳ ତୃଷ୍ଣାଟେ,
ସାନ୍ତ୍ୱନା ଲହରେ
ମଧୁର ସ୍ପର୍ଶରେ
ପ୍ରୀତିର ମିଠା ବାସ୍ନାଟେ l
ତିମିର ଅନ୍ଧାରେ
ଦୀପ୍ତିମୟ ଶିଖା
ଆଶ୍ୱାସନାର ସ୍ୱରଟେ
ଉଦାସୀ ମନର
ଝାଉଁଳା ବନରେ
ସୁବାସିତ ଗୋଲାପଟେ l
ହୃଦ ସାଗରର
ଉତ୍ତାଳ ତରଙ୍ଗେ
ତୁମେ ଅମୁଲ୍ୟ ରତ୍ନଟେ
ବେଳାଭୂମି ପରେ
ବାଲୁକା ସ୍ତୁପରେ
ତୁମେ ଉଜ୍ବଳ ମୋତିଟେ l
ଆୟୁଷ ବସନ୍ତେ
ଜୀବନର ପ୍ରାନ୍ତେ
ଆଲୋକବତୀ ଖୁଣ୍ଟଟେ
ଦିଶାହୀନ ଏଇ
ସଂସାର ସାଗରେ
ତୁମେ ଚିହ୍ନା ନାବିକଟେ l