ତୁମେ ସ୍ରଷ୍ଟା ତୁମେ ସୃଷ୍ଟି
ତୁମେ ସ୍ରଷ୍ଟା ତୁମେ ସୃଷ୍ଟି
ସୁନ୍ଦର ତୁମେ ନୀଳାଚଳିଆ ସୁନ୍ଦର ତୁମ ରୂପ
ଭାଁବରେ ଭକ୍ତଙ୍କ ମନ ମୋହିନିଅ ତୁମେ ପରା ପରଂବ୍ରହ୍ମ
ଯେତେ ଦେଖୁଥିଲେ ନୂଆ ଦିଶୁଥାଅ ଆହେ ମୋ ଜଗତସ୍ଵାମୀ
କେଉଁରୂପେ କୁହ ପୁଜିବି ତୁମକୁ
ତୁମେ ପରା ଅନ୍ତର୍ଯ୍ୟାମୀ
ତୁମେ ଅକ୍ଷର ତୁମେ ଓଁକାର
ତୁମେ ପୁଣି ସାକାର ରୁ ନିରାକାର
ତୁମେ ଶବ୍ଦ ବ୍ରହ୍ମ ତୁମେ ନାଦ ବ୍ରହ୍ମ ତୁମେ ସ୍ୱର ତୁମେ ତାଳ
ସ୍ରଷ୍ଟା ତୁମେ ସୃଷ୍ଟି ତୁମେ
ତୁମେ ଆଦି ତୁମେ ଅନନ୍ତ
ତୁମେ ହି ସକାଳ
ତୁମେ ମଧ୍ୟାହ୍ନ ଛାଇ ଲେଉଟା ବେଳ
ତୁମେ ପୁଣି ଗୋଧୂଳି ଲଗ୍ନ ର ସୁର
ତୁମଠୁ ଆରମ୍ଭ
ତୁମେ ହିଁ ସମ୍ପୂର୍ଣ
ତୁମେ ଯେ ସୃଷ୍ଟି ର ସାର
ଭକତ ମେଳରେ ରଥ ଦୁଲୁକୁଛି
ପଥ ଦୁଲୁକୁଛି କାଳିଆର ସବୁ ନାଟ
ତୁମେ ଲେଉଟିବ ବଡ଼ ଦେଉଳକୁ
ମୁ ଫେରିଯିବି ସିଂହ ଦୁଆର କୁ
ପୁଣି କେବେ ହେବ ଭେଟ
