STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ତୁମେ ସ୍ରଷ୍ଟା ତୁମେ ସୃଷ୍ଟି

ତୁମେ ସ୍ରଷ୍ଟା ତୁମେ ସୃଷ୍ଟି

1 min
199

ସୁନ୍ଦର ତୁମେ ନୀଳାଚଳିଆ ସୁନ୍ଦର ତୁମ ରୂପ

ଭାଁବରେ ଭକ୍ତଙ୍କ ମନ ମୋହିନିଅ ତୁମେ ପରା ପରଂବ୍ରହ୍ମ

ଯେତେ ଦେଖୁଥିଲେ ନୂଆ ଦିଶୁଥାଅ ଆହେ ମୋ ଜଗତସ୍ଵାମୀ

କେଉଁରୂପେ କୁହ ପୁଜିବି ତୁମକୁ

ତୁମେ ପରା ଅନ୍ତର୍ଯ୍ୟାମୀ 

ତୁମେ ଅକ୍ଷର ତୁମେ ଓଁକାର

ତୁମେ ପୁଣି ସାକାର ରୁ ନିରାକାର

ତୁମେ ଶବ୍ଦ ବ୍ରହ୍ମ ତୁମେ ନାଦ ବ୍ରହ୍ମ ତୁମେ ସ୍ୱର ତୁମେ ତାଳ 

ସ୍ରଷ୍ଟା ତୁମେ ସୃଷ୍ଟି ତୁମେ 

ତୁମେ ଆଦି ତୁମେ ଅନନ୍ତ


ତୁମେ ହି ସକାଳ

ତୁମେ ମଧ୍ୟାହ୍ନ ଛାଇ ଲେଉଟା ବେଳ

ତୁମେ ପୁଣି ଗୋଧୂଳି ଲଗ୍ନ ର ସୁର

ତୁମଠୁ ଆରମ୍ଭ

ତୁମେ ହିଁ ସମ୍ପୂର୍ଣ

ତୁମେ ଯେ ସୃଷ୍ଟି ର ସାର


ଭକତ ମେଳରେ ରଥ ଦୁଲୁକୁଛି

ପଥ ଦୁଲୁକୁଛି କାଳିଆର ସବୁ ନାଟ

ତୁମେ ଲେଉଟିବ ବଡ଼ ଦେଉଳକୁ

ମୁ ଫେରିଯିବି ସିଂହ ଦୁଆର କୁ

ପୁଣି କେବେ ହେବ ଭେଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract