ତୁମେ ପରା ଜାଦୁଗର
ତୁମେ ପରା ଜାଦୁଗର


କୋଇଲି କଣ୍ଠରେ କେମିତି ଭରିଲ ପୀୟୂଷ
କେମିତି ଭରିଲ ବଉଳରେ ବାସ
ସୁଗନ୍ଧ ସୁବାସ ସେଫାଳିରୁ ଝରେ
ବାସ କାହିଁ ଦେଇନାହଁ ପଳାସ ଫୁଲରେ।
ମା ବକ୍ଷରେ ଭରିଛ ଅମୃତ ର ଧାରା
ଫୁଲ ଫଳରେ ନାଚି ଉଠେ ଏହି ଧରା
ସୁମଧୁର ସୁର ଦେଇ କୋଇଲି କୁ କାହିଁ କଲ କଳା
ଆକାଶ ରେ ସୂର୍ଯ୍ୟ ଚନ୍ଦ୍ର କୋଟିଏ ମିଞ୍ଜି ମିଞ୍ଜି ତାରା।
ମଣିଷ ଠୁ କୀଟ ପତଙ୍ଗ ପିମ୍ପୁଡ଼ି ଠୁ ହାତୀ
ସରଳ ଜୀବଠୁ ତିଆରିଛ ହିଂସ୍ର ଜାତୀ
କିଏ ଖାଏ ଆମିଷ କିଏ ନିରାମିଷ
ଯା ପାଇଁ ଯେମିତି ଖାଦ୍ୟ ବି ଖଞ୍ଜିଛ।
ଛୋଟ ଗଛଠୁ ପୁଣି ବିଶାଳ ବୃକ୍ଷ
ଅସରନ୍ତି ସମୁଦ୍ର ଗଢିଛ ନାହିଁ ଯାର ଅନ୍ତ
କେଉଁ ଫୁଲ କୁ ସୁନ୍ଦର କରି ଦେଇ ନାହଁ ବାସ
ବାସ ଅଛି ଯେଉଁ ଫୁଲେ ନାହିଁ ତା ଆୟୁଷ।
<p>ଛୋଟ ଶିଶୁ ଓଠେ ଆଙ୍କିଛ କି ସୁନ୍ଦର ହସ
ମୟୂର କୁ ଦେଇଅଛ ଏଡେ ବଡ ପୁଛ
ଛୋଟ ବଡ଼ ବୃକ୍ଷ କରି ସୃଜିଛ ବନ ଉପବନ
ଛୋଟ ଗଛେ ମଧ୍ୟ ଭରିଛି ଔଷଧୀୟ ଗୁଣ।
ଅସ୍ଥି,ରକ୍ତ, ମାଂସ ଖଞ୍ଜି ମଣିଷ ଗଢିଛ
କା ଠାରେ ସରଳ ହୃଦୟ ଦେଇ
କାହାକୁ କରିଛ ନୃଶଂସ
କାହା ହୃଦୟେ ଭରିଛି ଦୟା, ଧର୍ମ, କ୍ଷମା
କାହା ହୃଦୟେ ଏସବୁ କିଛି ନାହିଁ ଜମା।
କେଉଁ ଗଛେ କେମିତିକା ଫଳ ଦେଲ ଭରି
ପିତା,କସା,ଖଟା, ମିଠା ସ୍ଵାଦ ତାକୁ ଦେଇ
କେଉଁ ଗଛେ କଣ୍ଟା ଦେଲ କେଉଁଟା ଚିକ୍କଣ
ସୁନ୍ଦର କରି ଗଢିଛ ମହାକାଳ ଫଳ
ହେ,ଇଶ୍ଵର ତୁମକୁ କୋଟି ନମସ୍କାର
ସୃଷ୍ଟି ର କରତା ସୃଷ୍ଟି ର ନିୟନ୍ତା
ଏ ସୃଷ୍ଟି ର ତୁମେ ପରା ବଡ଼ ଜାଦୁଗର।