STORYMIRROR

Chittaranjan Nanda

Abstract Inspirational

3  

Chittaranjan Nanda

Abstract Inspirational

ବୈଜ୍ଞାନିକ ସମାଜବାଦ ଶିକ୍ଷା

ବୈଜ୍ଞାନିକ ସମାଜବାଦ ଶିକ୍ଷା

1 min
361


'ଲାଭ' ଆଉ 'ଲୋଭ' ମନୁଷ୍ଯର 

ଅଟଇ ଦୁଇଟି ଶତ୍ରୁ ,

ଅତି ଲାଭ ଭାବନାରେ ମଣିଷର 

ମଣିଷତ୍ୱର ହୁଏ ମୃତ୍ଯୁ  


ଲାଞ୍ଚ, ମିଛ, ଖଚ, କୁକର୍ମ, ଚୋରି,

ଡକାୟତି, ଗର୍ବ 

ଅନ୍ଯାୟ ଓ ଅନୀତି ମୂଳେ ମୁଖ୍ୟତ 

ଲାଭ ଓ ଲୋଭ


ଅନୁଧ୍ୟାନ ଅନୁଶୀଳନ କଲେ ଅତି ଲାଭ

 ଓ ଲୋଭର ଭାବନା

ସୃଷ୍ଟ ହୋଇଛି ତାହା ପୁଞ୍ଜିବାଦରୁ, ନିଶ୍ଚିତ 

ପଡିବ ତ ଜଣା


ସଚ୍ଚୋଟପଣିଆ, ନିଃସ୍ବାର୍ଥପରତା ଏଠି 

ଅଟେ ଦିବସ ସ୍ୱପନ

କଳେ ବଳେ ଛଳେ ପୁଞ୍ଜିର ଲାଭରେ 

ମନୁଷ୍ୟ ହୋଇଛି ମଗ୍ନ  


ଓଂମ୍ ଶୁଭ ଲାଭରେ ମଗ୍ନ ହୋଇଲେ ମନ 

ତ ହୁଏ ଅସ୍ଥିର 

ଅନ୍ଧକାରେ ଛନ୍ଦି ହେଲେ, ପାଇବନି ଜୀବନେ 

ପରଶ ସୁଖର

 

ଲାଭର ମୋହରେ ମଣିଷ ବଶବର୍ତ୍ତୀ ହୁଏ 

କୁମ୍ଭକର୍ଣ୍ଣ ନିଦର

କଳଙ୍କ ଦେହେ ବୋଳି ହୁଏ, ପାଏ ନାହିଁ 

ତାହାଠୁ ନିସ୍ତାର


ପ୍ରକୃତ ଶିକ୍ଷାର ଅଭାବେ, ଲୋଭ ଦ୍ୱାରା 

ମଣିଷ ଅଜ୍ଞାନୀ ହୁଏ

ନପାଇଲେ ଉତ୍ତମ ଶିକ୍ଷା, ମାନଵ ପଶୁ 

ଠାରୁ ହୀନ ବନି ଯାଏ


ଆସିଛ ଦିନେ ଯିବତ ଦିନେ, କେହି ନେଇ 

ଏ ନାହିଁ କିଛି ଗଣ୍ଠିରେ

ସମାଜରେ ବଞ୍ଚିବା ପାଇଁ, ଶିକ୍ଷା ମୂଳ ପିଣ୍ଡ,

ଚେତନା ଆସେ ପ୍ରକୃତ ଶିକ୍ଷାରେ


ପୁଞ୍ଜିବାଦର ମୂଳତତ୍ତ୍ୱ, ମୁଁ, ମୁଁତ୍ଵ, ଲାଭ ଓ ଶୁଭର

ବିଲୋପ ଘଟିଲେ ଭାବନାରେ

ପଶୁତ୍ୱରୁ ମୁକତି ପାଇଁ ବୈଜ୍ଞାନିକ ସମାଜବାଦର 

ଶିକ୍ଷା ନିହାତି ଦରକାର ଚେତନାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract