STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ତୁମେ ପିତା

ତୁମେ ପିତା

1 min
229


ଜ୍ଞାନଦାତା ତୁମେ

ତୁମେ ଜନ୍ମ ଦାତା

ତୁମେ ଜୀବନର ପ୍ରଥମ ଗୁରୁ

ତୁମେ ଗୃହକର୍ତ୍ତା

ତୁମେ ପିତା ତୁମେ ପିତା ।


ଭକ୍ତି ମୁକ୍ତି ଶକ୍ତି ଦାତା

ତୁମେ ସଂସ୍କାର ଦାତା

ତୁମେ ସଂସ୍କୃତି ଦାତା

ତୁମେ ଶିକ୍ଷା ଦିଅ ସଂଯମତା

ଜ୍ଞାନ ଧନ ମାନ ର ବୃଦ୍ଧି କର୍ତ୍ତା

ସନ୍ତାନ ସନ୍ତତି ମାନଙ୍କ ପାଇଁ

ତୁମେ ଆଶିଷ ଦାତା

ପିତା ତୁମେ ପିତା ।


ନେତୃତ୍ୱ ନେଇ ପରିବାରର

ଦିଅ ଶିକ୍ଷା ସନ୍ତାନ ଙ୍କୁ ତବ

ହେବା ପାଇଁ ପରବର୍ତ୍ତୀ

ପିଢ଼ିର ପରିବାର ପରିବେଶ

ତଥା ସମାଜର ନେତା

ତ୍ୟାଗ ପରୋପକାର

ଗୁଣର ହୋଇ ଅଧିକର୍ତ୍ତା

ଦେଶ ମାତୃକାର ସେବା ପାଇଁ

ସାଜ ତୁମେ ପରାମର୍ଶଦାତା

ତୁମେ ପିତା ତୁମେ ପିତା ।


ପ୍ରଥା ପରମ୍ପରା ର

ସାଜି ରକ୍ଷା କର୍ତ୍ତା

ପିଲାଙ୍କୁ ଦେଇଥାଅ

ଦେଶୀୟ ଚଳଣୀ ର ବାର୍ତ୍ତା

ବାୟୁ ,ପାଣି ଆଦି

ଦୁଇ ଭୂତ ର ତୁମେ କର୍ତ୍ତା

ତେଣୁ ତୁମେ ବାପା

ତୁମେ ପିତା

ତୁମ ଯୋଗୁଁ ସନ୍ତାନ ଲଭନ୍ତି

ଏ ଦୁଇ ଭୂତ ର କର୍ତ୍ତା

ତୁମେ ହିଁ ସୃଷ୍ଟି ର ଆଦ୍ୟ ଗୁରୁ

ସନ୍ତାନ ଙ୍କ ପାଇଁ

ସବୁ ଦୁଃଖ ରେ ସୁଖ ରେ

ସନ୍ତାନ ଙ୍କୁ ଦିଅ ସହାୟତା

ତୁମେ ସନ୍ତାନ ସନ୍ତତି ଙ୍କ ନିର୍ମାତା

ରକ୍ଷା ଦୀକ୍ଷା ଶିକ୍ଷା ର ଆଦ୍ୟ ଗୁରୁ

ଅଟ ସକଳ କର୍ମ ଅକର୍ମ ର

ଧୈର୍ଯ୍ୟ ସାହାସ ର ପରାମର୍ଶଦାତା

ତୁମେ ପିତା ତୁମେ ପିତା ।


Rate this content
Log in

Similar oriya poem from Abstract