STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ତୁମେ ଓ ମୁଁ

ତୁମେ ଓ ମୁଁ

1 min
26.1K



ଶୀତୁଆ ସଂଜର ମ୍ଳାନ ଗୋଧୂଳିରେ

ଦେଖାହେଲା ତୁମ ସହ

ବାତାୟନ ପଥେ ରହିଥିଲ ଚାହିଁ

ଝରୁଥିଲା ଆଖି ଲୁହ ।।


କୋହଭରା କଣ୍ଠେ ହାତ ଠାରି ତୁମେ

ଡାକୁଥିଲ ରହି ରହି

ପ୍ରେମ ପ୍ରତାରଣା ଛାଇ ଆଲୁଅରେ

ରହିଥିଲ ଢାଙ୍କି ହୋଇ ।।


ଆଖିର ଇଶାରା କହୁଥିଲା କଥା

ଉଡୁଥିଲା ପ୍ରେମପକ୍ଷୀ

ଆକଶରୁ ରଂଗ ଝରି ପଡୁଥିଲା

ବିଜନତା ଥିଲା ସାକ୍ଷୀ ।।


କେଜାଣି କହିଁକି ଚାନ୍ଦର ଚାନ୍ଦିନୀ

ଲାଗୁଥିଲା ଫିକା ଫିକା

ନୀରବ ନିଥର ରାତ୍ରିର ପ୍ରହର

ଦେଉଥିଲା ଯାହା ଧୋକା ।।


କୁଳୁକୁଳୁ ସୁରେ ଗାଉଥିଲା ଗୀତ

କାମନାର ନିର୍ଝରିଣୀ

ଗୋଲାପୀ ବେଳାରେ ତୁମ ସ୍ମୃତି ରେଖା

ତୋଳୁଥିଲା ଆବାହନୀ ।।


ମାଟିରୁ ଆକାଶ ବର୍ଷାରୁ ବସନ୍ତ

ଡହ ଡହ ମରୁଭୂମି

ମୋ ମନ ଉଦ୍ୟାନେ ଶୁଷ୍କ ତରୁଲତା

ଖୋଜୁଥିଲି ନୀଳ ଉର୍ମି ।।


ଫଗୁଣରେ ଆଉ ଲାଗିବନି ରଂଗ

ଶୁଭିବନି ବର୍ଷା ସ୍ବର

ଲିଭିଯିବ ସବୁ ଭାବ ପ୍ରବଣତା

ଯେତେ ସ୍ବପ୍ନ ଅଭିସାର ।।


ତୁମେ ଆଉ ମୁଁ ଭିନ୍ନ ଦୁଇ ପଥ

ଯୋଜନ ଯୋଜନ ଦୂର

ପ୍ରତାରଣା ଜାଲେ ଛନ୍ଦିଦେଲ ମୋତେ

ଜଳୁଛି ମୋ ପ୍ରୀତି ପୁର ।।

----------------

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ ।


Rate this content
Log in

Similar oriya poem from Tragedy