STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ତୁମେ-ମୁଁ(୨)

ତୁମେ-ମୁଁ(୨)

1 min
5

ତୁମେ ଶବ୍ଦ ମୁଁ ତୁମ ଉଚ୍ଚାରଣ

ତୁମେ ବାକ୍ୟ ମୁଁ ତାର ବ୍ୟାକରଣ

ତୁମେ କଳ୍ପନା ବିସ୍ତୀର୍ଣ୍ଣ ଆକାଶ ମୋ

ମୁଁ ଗୋ କବିତା ସ୍ବରୂପୀ ରୂପା ଜହ୍ନ।।

ତୁମେ ଜୋଛନାର ମୃଦୁ ମୁରୁଛନା

ମନ୍ତ୍ରମୁଗ୍ଧ ମୁଁ ସେ ସ୍ୱର ତାଳେ ତାଳେ

ନିଃଶ୍ବ ନୟନର ଅର୍ଦ୍ଧ ନିମିଳିତ

ଅବଲୋକନର ତୃପ୍ତି ଅନୁପମ।।

ତୁମେ ଝରି ପଡ ଯେବେ ତାରକା'ର

ଝଲମଲ ରେଣୁ ପରି କେବେକେବେ

ଆର୍ଦ୍ର ହୃଦୟର ଭାବ ବିକିରଣେ

ଆଙ୍କି ଇନ୍ଦ୍ରଧନୁ ର ଚିତ୍ରାଙ୍କନ।।

ହାତ ପାପୁଲିର ଲେଖା ରେଖା ତୁମେ

ମୁଁ ସେ ରେଖାର ଆଦେଖା ଚଳଚିତ୍ର

ସ୍ୱତଃ ଅବତରି ବିତରି ଯାଉଛ

ଅଯାଚିତ ସଂଜୀବନି ଆବାହନ।।

ତୁମେ ନାଲି ଗୋଲାପର ପାଖୁଡ଼ୀ ରୁ

ରକ୍ତ ଅଧର ଯାକର ପରିସୀମା

ତିକ୍ତ ଅନୁଭୂତି ରିକ୍ତ ଜୀବନର

ଶୁପ୍ତ ପ୍ରତ୍ୟୟେ ଜଗାଇ ଉଦ୍ଦୀପନା।



Rate this content
Log in

Similar oriya poem from Romance