ତୁମେ ମୋର ଉର୍ବଶୀ
ତୁମେ ମୋର ଉର୍ବଶୀ
ଉର୍ବଶୀ, ତୁମେ ମୋର ଉର୍ବଶୀ
ସ୍ୱର୍ଗଧାମୁ ପଡିଛ ଖସି,
ପ୍ରେମ କରୁଛି ବୋଲି କହୁଛି
ଦୁନିଆକୁ ମୁଁ ହସି ହସି l(0)
ଦେଖିନି ତୁମ ପରି ଏମିତି
ପୃଥିବୀରେ କିଏ ସୁନ୍ଦରୀ,
ସୁନ୍ଦରୀ ଠାରୁ ବି କମ ନୁହଁ
ହାରିବେ ଯେତେ ଅପସରି l
ଜାଣିପାରୁନି, ଭାବିପାରୁନି
ମୋ' କଲିଜା ଯାଉଛି ଖସି,
ଉର୍ବଶୀ.........................................|(1)
ରୁପସୀ ମଧ୍ୟେ ତୁମେ ରୂପଶ୍ରୀ
ଆଗୋ ମୋର ପ୍ରେମ ତୁଳସୀ,
ତୁମ ପ୍ରେମରେ ଯାଇଛି ଫସି
ଝୁରୁଛି ଖାଲି ଦିବା ନିଶି l
କେବେ ଆସିବ ସଵାରୀ ଚଢି
ଚାତକ ପରି ଅଛି ବସି,
ଉର୍ବଶୀ.........................................|(2)