STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ତୁମେ ମୋର ପ୍ରିୟବନ୍ଧୁ

ତୁମେ ମୋର ପ୍ରିୟବନ୍ଧୁ

1 min
196

ତୁମେ ସଖା ବନ୍ଧୁ ତୁମେ ଦୀନବନ୍ଧୁ

 କୃପାସିନ୍ଧୁ ପ୍ରିୟବନ୍ଧୁ,

ତୁମ କୃପା ବିନା ଗଛରୁ ପତର 

ଝଡେ ନାହିଁ କୃପାସିନ୍ଧୁ,

ତୁମେ ତ ଦୟାର ସିନ୍ଧୁ

ଭକତି ଭାବରେ ବନ୍ଧା ପଡିଯାଅ

ତୁମେ ପରା ଭକ୍ତବନ୍ଧୁ।

ସଭିଙ୍କର ପ୍ରିୟ ବନ୍ଧୁ


ଜନମ କାଳରୁ ମାଆର ତୁଣ୍ଡରୁ

ଶୁଣେ ତୁମେ ତା'ର ବନ୍ଧୁ,

ଆପଦେ ବିପଦେ ଉଠିଲେ ବସିଲେ

ବାପା ତୁଣ୍ଡେ ଜଗବନ୍ଧୁ,

ଜେଜେମାଆ ପେଡିର ବନ୍ଧୁ

ଜେଜେ ଡାକୁଥାନ୍ତି ଏ ମହାସଙ୍କଟୁ

ଉଦ୍ଧର ହେ କୃପାସିନ୍ଧୁ।

ସଭିଙ୍କର ପ୍ରିୟବନ୍ଧୁ।


ଜନନୀ ଜଠରୁ ଶୁଣିଶୁଣି ପରା

କରିଛି ମୋ ସଖା ବନ୍ଧୁ,

ଦିବସେ କି ଅବା ନିଶି ନିଶାର୍ଦ୍ଧରେ

ଜପାମାଳା ଦୀନବନ୍ଧୁ,

ତୁମେ ମୋର ପ୍ରିୟବନ୍ଧୁ

ଜୀବ ଯିବାବେଳେ ତୁମଛବି ଦେଖେ

ଏହି ଦୟାକର ବନ୍ଧୁ।

ତୁମେ ମୋର ପ୍ରିୟବନ୍ଧୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational