STORYMIRROR

pranati Mahapatra

Abstract

2  

pranati Mahapatra

Abstract

ତୁମେ ମୋ ପୁନେଇଁ ଚାନ୍ଦ

ତୁମେ ମୋ ପୁନେଇଁ ଚାନ୍ଦ

1 min
156

ମୋ ମନର ତୁମେ ପୁନେଇଁର ଚାନ୍ଦ 

ମୁଁ ତୁମ ପିଆସୀ କଇଁ,

ପଥ ଚାହିଁ ଥାଏ ସାରାଦିନ କେବେ

ରାତି ଆସିବ ମୋ ପାଇଁ

ଦିବସର କଷ୍ଟ ଯାତନାକୁ ସହି

ତୁମ ପଥ ଥାଏ ଚାହିଁ,

ଆଗୋ ପ୍ରିୟତମ ନ ଦେଇ ଯାତନା

ଆସ ମୋ ପାଖକୁ ଧାଇଁ

ତୁମ ଶୁଭ୍ର ମୁଖ ଦେଖିଦେଲେ ଥରେ

ଆନନ୍ଦେ ବିଭୋର ହୁଏ,

ଯେତେ ଦୂରେ ଥିଲେ ଲାଗେ ପାଶେ ଥାଅ

ତୁମ ପରି କେହି ନୁହେଁ

ତୁମରି ଶୀତଳ ଜୋଛନା ମୋ ପ୍ରାଣେ

ନବ ପୁଲକିତ ହୁଏ,

ତୁମ କିରଣରେ ସାରା ଶରୀର ମୋ 

ଶୁଭ୍ର ବର୍ଣ୍ଣ ହୋଇଯାଏ

ଯେତେ ଢାଙ୍କିଲେ ବି କଳା ବାଦଲ

ହୋଇବନି କେବେ କଳା,

ଅଳପ ସମୟେ ଅମା ଅନ୍ଧକାର

ଘୁଞ୍ଚି ଦିଶୁଥିବ ଧଳା

ପ୍ରେମ ତ ଆମର ରହିଛି ରହିବ

ଧରାରେ ଯୁଗଯୁଗ,

ଲାଗିନାହିଁ ଲାଗିବନି ଆମ ଦେହେ

କେବେ କାହା କଳଙ୍କ କାଳିମା ଦାଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract