STORYMIRROR

Tapan Dixit

Romance Fantasy Others

3  

Tapan Dixit

Romance Fantasy Others

ତୁମେ ମନେପଡ଼ ଜହ୍ନ ଉଠିଲା ବେଳେ….

ତୁମେ ମନେପଡ଼ ଜହ୍ନ ଉଠିଲା ବେଳେ….

1 min
26.2K


ମୋ ମନରେ ପ୍ରିୟା ଆଙ୍କିଛ ଯେଉଁ କାମନା କାଉଁରୀ ଛବି

ଅୟୁତ ଆଶାକୁ ସାରଥୀ କରିଛି

ଆଖିରେ ଭରିଛି ଆଖିଏ ସପନ

ସେଇ ସପନେ ଯାଇଛି ଡୁବି……,

ତୁମେ ମନେପଡ଼ ଜହ୍ନ ଉଠିଲା ବେଳେ

ଅଳସ ଫଗୁଣେ ସଞ୍ଜ ନଇଁଲା ବେଳେ

ଅମାନିଆ ମନ ତୁମରି ସପନେ ନାଚି ଯାଏ ତାଳେତାଳେ

ସତେ କି! ପାରିବ ମୋ ସପନ ସତ ହୋଇ

ଛୁଇଁ କି ପାରିବି ତୁମରି ପଣତ ଯାଇ

ମନ ଦରିଆର ଅମାନିଆ ଢେଉ

ମନା ଜମ୍ମା ମାନେ ନାହିଁ

ସତେଅବା ! କେହି ବିରହ ସଂଙ୍ଗୀତ

ନେପଥ୍ୟରେ ଯାଏ ଗାଇ ……,

ସଞ୍ଜ ଆସଇ ନଇଁ …..

ସ୍ମୃତି ସରିଯାଏ ବାଟ ତ ସରେନି ଜମା

ଓଦା ଆଖି ତଳେ ସଞ୍ଜୁଆ ସପନ

ଦେଇ ଗଲାଣି ଯେ ଚୁମା……

ଛାତିରେ ପ୍ରୀତିର ବେଦନାର ଅଭିସାର….

ଶୂନ୍ୟତା ଯେବେ ତୁମ କଥା କୁହେ

ଉପହାସ କରେ ହୃଦୟ ମୋ ବାରମ୍ବାର.. ।।

ତପନ ଦୀକ୍ଷିତ(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance