STORYMIRROR

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ତୁମେ ମନେ ପଡ

ତୁମେ ମନେ ପଡ

1 min
166


ତୁମେ ମନେ ପଡ ମୋ ମନ ରେ ନିତି

ତୁମେ ମୋର ସ୍ବପ୍ନ ତୁମେ ମୋର ସ୍ମୃତି ।

ତୁମ ହେତୁ ଲଭେ ଦିବ୍ୟ ଅନୁଭୁତି

 ଜୀବନେ ଦେଖାଏ ପବିତ୍ର ପ୍ରଶାନ୍ତି ।

ଧାର ପ୍ରବାହିତ ପ୍ରସ୍ରବଣ ପ୍ରାୟ

ଝରାଏ ପବିତ୍ର ଉତ୍ସାହ ପ୍ରଣୟ ।

ତୁମ କଥା ଭାବି ହୁଅଇ ଉନ୍ମନା

 ଦିବ୍ୟ ଚେତନା ର ନବ ଉତ୍ତେଜନା ।

ଖେଳାଇ ଜୀବନ ଯାତ୍ରା ରେ ଆନନ୍ଦ

ଉଲ୍ଲାସ ଅରପି କର ମନ ବୋଧ ।

ତୁମେ ମନେ ପଡ ନିତି ପ୍ରତି କ୍ଷଣେ

 ପରସ୍ପର ପ୍ରତି ପ୍ରୀତି ଉନ୍ମାଦନେ ।

ଆକର୍ଷିତ କରେ ତୁମ ହାବ ଭାବ 

ଅରପେ ମଧୁର ପ୍ରଣୟାନୁରାଗ ।


Rate this content
Log in

Similar oriya poem from Romance