ତୁମେ ମାଆ
ତୁମେ ମାଆ
ସ୍ନେହମୟୀ ମମତା ମୟୀ
ଜନନୀ ତୁମେ
ତୁମେ ମୋର ମାଆ
ଗର୍ଭଧାରିଣୀ ଜନନୀ ତୁମେ
ଶକ୍ତି ମୁକ୍ତି ଦାୟିନୀ
ତୁମେ ମାଆ ।
ଜଗତ୍ ଜନନୀ
ମୁକ୍ତିଦାୟିନୀ ଭକ୍ତିଦାୟିନୀ
ସଂକଟ ହାରିଣୀ ତୁମେ ମୋ ମାଆ
ବିଶ୍ଵ ଜନନୀ ବିଶ୍ଵ କଲ୍ୟାଣୀ
ନୀତି ପ୍ରଦାୟିନୀ
ତୁମେ ଆମରି ମାଆ ।
କର୍ମ ପ୍ରଦାୟିନୀ ଜଗତ ଜନନୀ
ସତ୍ୟ ପଥ ର ପଥ ପ୍ରଦର୍ଶିନୀ
ଦେଶ ସମାଜର ମୁକ୍ତି ପ୍ରଦାୟିନୀ
ତୁମେ ନିତ୍ୟ ଅନିତ୍ୟ ର ଭେଦ କାରିଣୀ
ଜଗତ ଜନନୀ ତୁମେ ଜଗତ ଜନନୀ
ସତ୍ୟ ମିଥ୍ୟା ର ବିଚାର କାରିଣୀ
ସର୍ବ ଶକ୍ତିର ଆଧାର ତୁମେ
ତୁମେ ହିଁ ଆମ ମାଆ
ବିଶ୍ଵ ବିଜୟିନୀ ବିଶ୍ଵ କଲ୍ୟାଣୀ
ଅଟଇ ତୁମ ନାଁ
ମାଆ ତୁମେ ଆମରି ମାଆ
ତୁମେ ମାଆ ତୁମେ ମାଆ ।
ତୁମେ ହିଁ ଭକତି
ତୁମେ ହିଁ ମୁକତି
ତୁମେ ହିଁ ପ୍ରିୟା ପ୍ରୀତି
ତୁମରି ପାଇଁ ଏ ଜଗତେ ମୋ କିର୍ତ୍ତୀ
ଭକତି ମୁକତି ସବୁ ତୁମରି ନାଁ
ସତ୍ୟର ପ୍ରତୀକ ତୁମେ
ଶାନ୍ତି ମୈତ୍ରୀ ଏକତାର ପ୍ରତୀକ ତୁମେ
ତୁମେ ହିଁ ଦେଶ ତୁମେ ହିଁ
ଗାଁ ମାଟି ମାଆ
ତୁମେ ମାଆ ତୁମେ ମାଆ ।
