ତୁମେ କେବଳ ତୁମେ
ତୁମେ କେବଳ ତୁମେ
ଏମିତି ତୁମକୁ
ଲୁଚି ଲୁଚି ଆଉ କେତେ ଦେଖିବି
ମୁଁ ଆଜିବି ତୁମ ପାଇଁ ଅଜଣା
ମାେ ପାଇଁ ତୁମେ
କେବଳ ତୁମେ ହିଁ ସବୁକିଛି
ତୁମେ ବା କାହୁଁ ଜାଣିବ
ମାେ ସହର ରେ ଋତୁ କେମିତି ବଦଳେ
ଗ୍ରୀଷ୍ମ ପରେ ବର୍ଷା ଆଉ ଶୀତ କେମିତି ଆସେ ।।
ପ୍ରତି ବର୍ଷା ଛିଟା ରେ
କେହି କି ଜାଣେ
ମୁଁ ତୁମ ଭାବନାରେ
ଜୁଡୁବୁଡୁ ଓଦା ହେଉ ଥାଏ
କେହି କି ଜାଣେ
ଶୀତ ର ପ୍ରଥମ ଛୁଆଁ ରେ
ମୁଁ ଆହ୍ଲାଦିତ ହୁଏ
ତୁମ ହାତ ଲେଖା ଋତୁ କବିତା ପଢି ।।
ତୁମେ କାହୁଁ ଜାଣିବ
ତୁମ ପୃଥିବୀ ରେ ତ ଅନବରତ
ଜହ୍ନ ଯୋଛନାର ଜୁଆର
ତୁମ ନିଶାରେ କେତେ ଯେ ମତୁଆଲା ସ୍ୱର
ମୁଁ ତ ଲୁଚି ଲୁଚି ଖାଲି ତୁମକୁ ଦେଖେ
ମାେ ହୃଦୟ ଦରଜା ଆଢୁଆଳରେ
ଅନ୍ତରଙ୍ଗ ମଣିଷ ଟେ
କେବଳ ତୁମେ ତୁ
ମେ ତୁମେ ।।
ତୁମକୁ ଦୋଷ ଦେବା ନିରର୍ଥକ
ମୋର କୋଉଠି ଭୁଲ୍ ରହିଲା କୁହ
ମାେ ପ୍ରେମରେ
ଦାନ ପ୍ରତିଦାନ ର ପ୍ରଶ୍ନ ନାହିଁକି ଉତ୍ତର ବି ନାହିଁ
କେବେ ଜାଣି ପାରିବନି
ତୁମେ ମୋତେ
ସର୍ବଜ୍ଞ ପ୍ରେମିକ ଟେ ଭଳି
ତୁମେ ତ ଦୂର ସହର ର ବାର୍ତ୍ତା ମୋର ।।
ତୁମେ କେବେ ଯଦି
ମୋତେ ଖୋଜି ପାଇବ
ନିଜ ଆଡୁ ମୋତେ ନିଜର କହିବ
ଟିକେ ହସି ଦେବି ମୁଁ
ତୁମ ଆଖିରେ ଆଖି ମିଶେଇ
ହୃଦୟ ଚୁପ୍ କି କହିବ
ଏତିକି ପାଇଁ କେତେ ସମୟ ନେଲ ତୁମେ ।।
ଦୁନିଆ ର ଭିଡ଼ ଭିତରେ
ତୁମ ଆଡ଼କୁ ଭିଡ଼ି ନେବ ମୋତେ
କେହି ଜାଣୁ କି ନ ଜାଣୁ
ତୁମେ କିଏ ମୋର
କି ମୁଁ କିଏ ତୁମର
ପରବାୟ କରିବିନି ଦୁନିଆ ର ଆଖି ଠାରକୁ
ମୋର ଭାବନାର ଅନ୍ତରାଳେ
କେହି ଜଣେ ତ ଲାଗେ ଏତେ ଆପଣା ର ।।