STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ପ୍ରେମ

ପ୍ରେମ

1 min
185


ପ୍ରେମ ଏକ ଅସ୍ପଷ୍ଟ ଅମାଅନ୍ଧାରଟିଏ

ପୁନଃ ଉଜ୍ଜ୍ୱଳତମ ଦୀପର ଶିଖାଟିଏ

ହୋଇପାରେ ଶୂନ୍ୟତାର ଉଜ୍ଜ୍ୱଳ ତାରାଟିଏ

ଅମାନିଆ ଅନ୍ଧାର ରାତ୍ରିର ଭରସାଟିଏ ।।


ପ୍ରେମ ଏକ ମାଆର ପଣତ କାନିଟିଏ

ସନ୍ତାନର ହସ ପୁଣି

କେବେ ସନ୍ତାନର ଅଝଟପଣଟିଏ

ହୋଇପାରେ ସେ ମାଆର ସ୍ନେହ କିମ୍ବା

ଅନ୍ତରର କୋହଟିଏ   

ପ୍ରେମ ତ ପ୍ରିୟତମା ପାଇଁ ଏକ ସ୍ୱପ୍ନଟିଏ।।   


ପ୍ରେମ ଏକ ଚିରନ୍ତନ ସତ୍ୟର ସାହିତ୍ୟଟିଏ

କବିର କବିତା ପୁଣି କେବେ ପ୍ରିୟାର ଭାବନାଟିଏ


ପ୍ରେମ ଏକ ସନ୍ଦେହର ଉଦାହରଣଟିଏ

କେବେ ସହଜ ମାନସାଙ୍କ

ପୁଣି କେବେ ଉହ୍ଲସିତ ଇତିହାସଟିଏ ।।

             

      

ପ୍ରେମ ଏକ କବିଙ୍କ ଉହ୍ଲସିତ ଭାବନାଟିଏ

କେବେ ଦୀର୍ଘ କାହାଣୀ ତ 

ପୁଣି କେବେ ନଦୀପଠା,ଆମ୍ବତୋଟା ର ବର୍ଣ୍ନିତ ରୁପଟିଏ

ହୋଇପାରେ ପ୍ରିୟାର ରୁପରେଖ କିମ୍ବା

ବିଦଗ୍ଧ କାହାଣୀର ସ୍ପଷ୍ଟଚିତ୍ରଟିଏ  ।।     






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance