STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମ

ପ୍ରେମ

1 min
155


କେତେ ଇତିହାସ ପୁରାଣ କାହାଣୀ କିମ୍ବଦନ୍ତୀ ଲୋକ କଥା

ନିହିତ ହୋଇଛି ପ୍ରେମ ଚିତ୍ର ପଟ ଦେଇଛି ଅନେକ ବାର୍ତ୍ତା

ପ୍ରେମ ପାଇଁ କେତେ ଯୁଦ୍ଧ ହୋଇଛି ପଡିଛି ଜୀବନ ବଳି

ପ୍ରେମ ପାଇଁ କେତେ କଅଁଳ କଳିକା ଅଦିନେ ପଡିଛି ଝଡି ।।


ପ୍ରେମ ପାଇଁ ଭୀଷ୍ମ ଅଟଳ ପ୍ରତିଜ୍ଞା ଦ୍ଵାପର ଯୁଗର ଚିତ୍ର

ରାଧାକୃଷ୍ଣଙ୍କର ନୈସର୍ଗିକ ପ୍ରେମ ଅମୃତମୟ ଚରିତ୍ର 

ପଦ୍ମାବତୀ ପ୍ରେମେ କାଞ୍ଚି ଅଭିଯାନ ହେଇଥିଲା ସଂଗଠିତ

ପ୍ରେମ ପାଇଁ ଜୟଚନ୍ଦ୍ର ପୃଥୀରାଜ ଯୁଦ୍ଧର ସେ ଇତିହାସ ।।


ମମତାଜ୍ ସାହାଜାହାନ ପ୍ରେମର ଅନନ୍ୟ ପ୍ରେମ ମନ୍ଦିର

ତାଜମହଲର ଅପରୂପ ଶୋଭା ନାହିଁ ତା’ର ପଟାନ୍ତର

ସୁଦୂର ସ୍ଵିଡେନ ଓଡ଼ିଶା ମୂଲକ ଆଖି ପାଏନାହିଁ ବାଟ

ଚିତ୍ରକର ଚିତ୍ର ଆକର୍ଷିତ କଲା ଅମୀୟ ପ୍ରେମର ଭେଟ ।।


କେଦାର ଗଉରୀ ପ୍ରେମର କାହାଣୀ ରୋମାଞ୍ଚିତ ହୁଏ ଦେହ

ପ୍ରମ ଅନ୍ଧ ପ୍ରେମ ଦୁର୍ବୋଧ୍ୟ ଶବଦ ସେ ଗୋଟେ ମୋହିନୀ ମୋହ ।।




 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance