STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମ

ପ୍ରେମ

1 min
178

ପ୍ରେମ ହିଁ ତ ସତ୍ୟ ପ୍ରେମ ହିଁ ପବିତ୍ର 

  ପ୍ରେମ ହିଁ ଆଲୋକ ଧାରା

ପ୍ରେମମୟ ହେଉ ତୁମ ଚଳାପଥ

   ତୁମ ଜୀବନଟା ସାରା ।।


ଭୁଲି ଯିବନାହିଁ ଆଉକାହା ପ୍ରେମେ

    କରିବନି କେବେ ପର

ସବୁ ଦିନ ଥାଉ ପ୍ରେମର ସମ୍ପର୍କ

   ଆଉ ପ୍ରେମ ମୈତ୍ରୀତାର ।।


ଭୁଲିନି ଭୁଲିନି ଭୁଲି ପାରୁ ନାହିଁ 

   ଅଭୁଲା ତୁମର ସ୍ନେହ

ସେଇ ସ୍ନେହ ଯଦି ମନେ ପଡିଯାଏ

   ଆଖିରୁ ଝରଇ ଲୁହ ।।


ଭୁଲରେ ଭୁଲିବି ଆଉ ଯେ କାହାକୁ

  ଭୁଲି ପାରିବିନି ତୁମକୁ 

ଯଦିବା ଭୁଲିବି ବଞ୍ଚି ଥାଉ ଥାଉ 

  ଭଲ ପାଇବିନି କାହାକୁ ।।


ପୁରୁଣା ବର୍ଷର ପୁରୁଣା କଥାକୁ

  ମନରୁ ଦେବା ପାଶୋରୀ

ନୂଆ ବରଷରେ ମନ ହରଷରେ

  ପ୍ରୀତିର ବନ୍ଧନ ଭରି ।।


ଇତି ତୁମର କେହି ଜଣେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance