STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ତୁମେ ଜାଣିଛ କି ନା ମୁଁ ଜାଣେନା ,,,,,,,,,,,,,,,,,,,,

ତୁମେ ଜାଣିଛ କି ନା ମୁଁ ଜାଣେନା ,,,,,,,,,,,,,,,,,,,,

1 min
11


ସ୍ୱପ୍ନରେ ଶୁଆ ଶାରୀ ଦୁହିଁଙ୍କୁ ଦେଖି 

ଶୁଭାଶୁଭ ଭାବଭକ୍ତି ମୋହର ଦେଖି

ଭକ୍ତି ଭାବ ମୋ ପାଖେ ପରଖି

ଆସିଥିଲେ ନିଜେ ଚକା ଆଖି 

କସ୍ତୁରୀ ଚନ୍ଦନ ଅଗରୁ ମାଖି 

ମଲ୍ଲୀ ଫୁଲମାଳ ଅଛି ପାଖେ ସାକ୍ଷୀ 

ଏତେ ନିକଟରୁ ପ୍ରଭୁଙ୍କୁ ଦେଖି 

 ଝୁଣା ଦୀପ ଧୂପ ଦେବା ଭୁଲି ନିରିମାଖି 

ଆଖିରେ ମଲା ପାଣି ଆଖି ଅଛି ସାକ୍ଷୀ 

ରଖିଥିଲି ବାନ୍ଧିବାକୁ ଫୁଲ ରାକ୍ଷୀ 

ଶୁଖିଲା ଯେହେତୁ ଦେଖିଲି କଳାପକ୍ଷୀ

ରାଖୀ ଥିଲା ଫୁଲସୁମୁଖୀ ସାତରଙ୍ଗ ପକ୍ଷୀ 

ଇନ୍ଦ୍ରଧନୁ ସଜାଇଥିଲି ଦେଖି ଶିଖି

କାଳେ ଆସିବେ ଭାବଗ୍ରାହୀ ଚକାଆଖି

ସତକୁ ସତ ଆସିଥିଲେ କି ସ୍ବପ୍ନଥିଲା 

ତୁମେ ଗୋ କହିପାରିବକି!

ନିଦ ଆଉ ରାତି ଉଭୟ ଅଛନ୍ତି ଯଦିଓ ସାକ୍ଷୀ

ମନ ବୁଝିଲେ ବୁଝେନା ଦୁଇ ଆଖି 

ଆଖି ବୁଝିଲେ ମାପିବ କୋଉ ବାସ୍ତବ ମନପକ୍ଷୀ 

ତୁମେ ବି କେମିତି ଜାଣିବ ପ୍ରେମ ଭକ୍ତି ରଖି 

ତୃତୀୟପୁରୁଷ ମୋର ନିଜେ ଅରକ୍ଷ ରକ୍ଷକ 

ଯାର ନାମ ଘୋଷୁଛନ୍ତି ଯୋଗୀ ମୁନି ଋଷି 

ତାଙ୍କୁ କୋଉଠି ପାରିବି ମୁଁ ରଖି 

କୁହ ଥରେ ହରେ ହରେ ହେ ମାଧବ 

ରଥେ ପଥେ ଜଗନ୍ନାଥଙ୍କୁ ସୁନାବେଶେ ଦେଖି

ଅଧରପଣା ପିଇ ସୁନାବେଶ ହୋଇ 

ଘରଣୀ ସାଥେ ମନ୍ଦିର ଚଳିବେ ଭାବଗ୍ରାହୀ 

ରସଗୋଲା ପ୍ରେମଫୁଲ ଦାମ୍ପତ୍ତ୍ୟ ଯୋଖି


Rate this content
Log in

Similar oriya poem from Classics