STORYMIRROR

Debadatta Mishra

Abstract

2  

Debadatta Mishra

Abstract

ତୁମେ ଈଶ୍ୱର

ତୁମେ ଈଶ୍ୱର

1 min
299


ତୁମେ ସକାଳ ସୂର୍ଯ୍ୟରଶ୍ମିର କଅଁଳ ଧାସ,

ତୁମେ ରାତ୍ରିର ଅନ୍ଧକାରର ଟୋପାଏ କଜ୍ଜଳ

ତୁମେ କୋଇଲି କଣ୍ଠରେ କୁହୁ ଭରୁଥିବା ଶବ୍ଦ

ତୁମେ ଡିଆଁ ମାରୁଥିବା କଅଁଳା ବାଛୁରୀର ଚପଳାମୀ

ତୁମେ ଆଶ୍ରା ଲୋଡୁଥିବା ବାଟୋଇର ଛାଇ

ତୁମେ କୁଳୁକୁଳୁ ନାଦକରି ବହୁଥିବା ନଈ

ତୁମେ କଷ୍ଟ ସହୁଥିବା ସହନଶୀଳା ମାଟି

ତୁମେ ଅବିଚଳିତ ପାହାଡ଼ର ଧୈର୍ଯ୍ୟ

ତୁମେ ଅଭୟ ପ୍ରଦାନ କରୁଥିବା ପାରିଲାପଣ

ତୁମେ ଆଶ୍ରୟ ଦେଉଥିବା ଗୋଟେ କୋଳ

ତୁମେ ମୋହଭଙ୍ଗ କରୁଥିବା ଜଣେ ସଖା

ତୁମେ ଶୂନ୍ୟଗାଦି ସାମ୍ନାରେ ଆଣ୍ଠୁଭାଙ୍ଗି ହାତ ଯୋଡ଼ିଥିବା ଅଖଣ୍ଡ ବିଶ୍ୱାସ

ତୁମେ ହସି ହସି କ୍ରୁଶବିଦ୍ଧ ହେଉଥିବା ଗୋଟେ ଶରୀର

ତୁମେ ନିର୍ବାଣ ଲଭୁଥିବା ଜଣେ ସନ୍ନ୍ୟାସୀ

ତୁମେ ପାହାଡ଼ଗୁମ୍ଫାରୁ ଭାସିଆସୁଥିବା

ଧ୍ୟାନରତ ଯୋଗୀର ସ୍ୱର

ତୁମେ ନିଜେ ହିଁ ପୃଥିବୀର ଆଦି

ତୁମେ ସକଳ ପ୍ରାଣୀଙ୍କ ହୃଦୟରେ ଆତ୍ମା

ତୁମେ ପ୍ରାଣୀମାନଙ୍କର ଚେତନା ଜୀବନୀଶକ୍ତି

ସମସ୍ତଙ୍କୁ ବିନାଶ କରୁଥିବା ପ୍ରବୃଦ୍ଧ ମହାକାଳ ବି ତୁମେ

ତୁମେ ସୃଷ୍ଟିତତ୍ତ୍ୱର କ୍ଷୁଦ୍ରାତିକ୍ଷୁଦ୍ର କଣିକା

ତୁମେ ଈଶ୍ୱର      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract