STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ତୁମେ ହୋଇବ ଧରାରେ ଧନ୍ୟ

ତୁମେ ହୋଇବ ଧରାରେ ଧନ୍ୟ

1 min
353

ବରଷା ଋତୁଟା ଚାଲିଗଲା ଏବେ

ଶରତ ଛୁଇଁଲା ମରତ ଭୂଇଁ

ଶ୍ୟାମଳ ଶ୍ୟାମଳ ଦିଶୁଛି ଏ ଧରା

କାଶତଣ୍ଡି ନାଚେ ଅଣ୍ଟା ହଲେଇ


ବଉଦ ଫାଙ୍କରୁ ନୀଳ ଗଗନଟା

ବିକିରଣ କରେ ସୁନେଲି ଆଭା

ଫୁଲ ଗଜରାରେ ସଜେଇ ହୋଇ

ମାଟି ମାଆ ଦିଶେ କି ମନଲୋଭା


ନୀଳ ଗଗନରେ ଚୁନି ଚୁନି ତାରା

ଜୋଚ୍ଛନା ଢାଳଇ ଜହ୍ନ

ଶରତର ଶୋଭା କେତେ ମନଲୋଭା

କୁରୁଳି ଉଠଇ ତନୁ ଓ ମନ


ସୁଲୁ ସୁଲୁ ବାଆ ଲହଡି ଭାଙ୍ଗୁଛି

ହସୁଛି ଧାନ ଫସଲ

ସବୁଜ ପତରେ କାକର ର ବିନ୍ଦୁ

ହୀରା ମୋତି ଠାରୁ ଦିଶେ ଦୂର୍ମୁଲ୍ୟ


ଶରତ ଋତୁଟା କହିଯାଏ କାନେ

ନିର୍ମଳ କର ହୃଦୟ ମନ

ମନ ଯଦି ହେବ ସଫା ସୁତୁରା

ତୁମେ ହୋଇଯିବ ଧରାରେ ଧନ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract