STORYMIRROR

Sarojini Behera tiki

Tragedy

3  

Sarojini Behera tiki

Tragedy

ତୁମେ ଚାଲିଯିବା ପରେ

ତୁମେ ଚାଲିଯିବା ପରେ

1 min
361


ଆଜି ବି ଅଛି ମୋ ମନେ 

ଅସରନ୍ତି ଭାବନା ଆଗ ପରି

ଅତୀତର ଭାବନା ରେ ତୁମେ ଥିଲ

ବର୍ତ୍ତମାନ ରେ ତୁମର ସ୍ମୃତି

ଏବେବି ମୁଁ ଦେଖୁଛି ତୁମକୁ 

ନେଇ କେତେକ ଅଲୋଡ଼ା ସ୍ୱପ୍ନ

ଯାହାର ମାନେ କିଛି ନାହିଁ

 ଏବେ ତୁମ ପାଖରେ।


ଏବେ ବି ହସୁଛି ମୁଁ ପ୍ରେମ ଭରି

 ହୃଦୟରେ ବିରହର ଜ୍ୱାଳା କୁ 

ଚାପି ଦେଇ ମୋ ଛାତି କାନ୍ଥରେ

ଲୁଚେଇ ଦେଇ ଅମାନିଆ ଲୁହର ଧାରାକୁ

ଏଇ ମୋ ଆଖିରେ।


ଏବେ ବି ଚାହିଁଛି ମୁଁ ତୁମରି ପଥ

ବିଶ୍ୱାସର ଚାଦର ଟାକୁ ଘୋଡେଇ

ହୋଇ ହୃଦୟ ସାରା ଯାହାକି ତୁମେ

ଚିରି ଦେଇ ଖିନ ଭିନ କରିଯାଇଛ

ଛଳନାର ଛୁରୀ ରେ।


ଏବେ ବି ଥକି ନାହିଁ ଚାଲୁଛି ମୁଁ

ବାଟ ତୁମକୁ ପାଇବା ଆଶାରେ

"ତୁମେ ଚାଲିଯିବା ପରେ"

ଅଟକି ଯାଏ କେବେ କେବେ କିଛି କ୍ଷଣ

ତୁମକୁ ଖୋଜିବା ନିଶାରେ

ହେଲେ ତୁମେ ପରଦେଶୀ ଚଢେଇ

ଉଡିଯାଇଛ ଡେଣା ଛାଡି

ବସା କରିଦେଇଛ ଅନ୍ୟର

ମନ ଆକାଶରେ।।


Rate this content
Log in

Similar oriya poem from Tragedy