Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ତୁମେ ବ୍ରହ୍ମାଣ୍ଡ କର୍ତ୍ତା

ତୁମେ ବ୍ରହ୍ମାଣ୍ଡ କର୍ତ୍ତା

1 min
285


କିଛିବି ତୁମକୁ ମାଗୁନି ମୁଁ ପ୍ରଭୁ

ଭାବରେ ବାନ୍ଧିଛି ଭାବ

ତୁମ ଭାବଡୋରେ ବାନ୍ଧିଦିଅ ମୋତେ

ଜଗନ୍ନାଥ ପଦ୍ମନାଭ I


ଅସୀମ ଗୋ ତୁମେ ସସୀମ ହୋଇଛ

ଶ୍ରୀକ୍ଷେତ୍ରେ କରୁଛ ଲୀଳା

ନୀରବରେ ବସି ନୀଳ କନ୍ଦରରେ

ବାହୁଛ ସଂସାର ଭେଳା I


ତୁମେ ଗୀତା ତୁମେ ଭାଗବତ ପ୍ରଭୁ

ନାରାୟଣ ନିରାକାର

ତୁମେ ରାମ ତୁମେ କୃଷ୍ଣ ମହାବାହୁ

କଳିଆ ଠାକୁର ମୋର I


କ୍ଷୀର ସାଗରରେ ଅନନ୍ତନାଗର

ଶେଯ ପରେ ତୁମେ ଶୋଇ

ସରଗ ମରତ ପାତାଳ ତ୍ରିପୁର

ଚଳାଉଛ ଦୟାବହି I


ଏ ଧରାରୁ ଦୁଷ୍ଟ ନିବାରଣ କରି

ସନ୍ଥଙ୍କୁ ପାଳନ କର

ସେଥିପାଇଁ ପ୍ରଭୁ ମର୍ତ୍ତ୍ୟ ମଣ୍ଡଳରେ

ନେଉଥାଅ ଅବତାର I


କଳିର ଠାକୁର ତୁମେ ଜଗନ୍ନାଥ

ବଡ ଦେଉଳରେ ରହି

ଭକତ ଜନଙ୍କୁ ଅଭୟ ଦେଉଛ

ବାଙ୍କ ନୟନରେ ଚାହିଁ I


Rate this content
Log in

Similar oriya poem from Abstract