STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଲଢୁଆ ପୁଅ

ଲଢୁଆ ପୁଅ

1 min
154


ଲଢ଼ୁଆ ମାଟିର ଲଢ଼ୁଆ ପୁଅ ମୁଁ

ଲଢୁଥିବି ମୁହିଁ ସାରା ଜୀବନ

ଲଢ଼ି ଲଢ଼ି ସଦା ପଡ଼ିବନି ଥକି

ଲଢ଼ି ଦେଇ ଦେବି ମୋର ପରାଣ!!

ମୋ ମାଟିର ମଣିଷ ମୋ ପୂର୍ବପୁରୁଷ

ଅରଜିଥିଲେ ଯେଉଁ କୀର୍ତ୍ତିରାଜି ବୀରପଣେ

ତା'ର ଜୟଗାଥା ଆଜି ଇତିହାସ ଗାଏ

ଶ୍ରୁତି ଗାଥା କିମ୍ବଦନ୍ତୀ ଗରବେ ବଖାଣେ!!

ଗଙ୍ଗା ଠାରୁ ଗୋଦାବରୀ କାବେରୀ

ଥିଲା ଯାହାଙ୍କର ଆଧିପତ୍ୟ ବିସ୍ତାର

ଲକ୍ଷ ଲକ୍ଷ ଜନ୍ମ ସତ୍କୃତର ବଳେ ଆଜି

ମୁହିଁ ସେଇ ବୀର ପୁଙ୍ଗଵଙ୍କ ବଂଶଧର!!

ହୁଏ ବା ନହୁଏ ସେମାନଙ୍କ ପରି

ସେମାନଙ୍କ ସରି ମୁହିଁ ଦୁର୍ଦ୍ଦଷ ଶୁରବୀର

ସେଇ ଅଦମ୍ୟ ଅସୀମ ଅପରିମିତ ସାହାସେ

କରିଛି ଧାରଣ ମୁଁ ଖଡ୍ଗ ଖର୍ପର ତଲୱାର!!

ଯୁଦ୍ଧ ପରାଂମୁଖ ମୁହିଁ ନୁହଁଇ କଦାପି

ମାରି ମରିବାକୁ ମଣିଛି କ୍ଷତ୍ରିୟୋଚିତ ଧର୍ମ

ସତ ସହସ୍ର ବରଷ ଜୀଇଁବା ବଦଳେ

ଲୋଡେ ସଗୌରବେ ବୀରଗତି ଆଶୀର୍ବାଦ!!

ପରିସ୍ଥିତି ଅବା ଭାଗ୍ୟ ସହ ସଦା ଯୁଝି

ଜୀଇଁବା ଯାଇଛି ଯେହେତୁ ଶିଖି

ଲଢିବା ମୋହର ଏକମାତ୍ର ବ୍ରତ

ସେଥିପାଇଁ ନୁହେଁ କେବେ ପଶ୍ଚାତପଦ!!

ଜୀବନ ସାଥୀରେ ସାଲିସ୍ କରିନି

ଜୀଇଁ ଅଛି ସଦା ଆପଣା ମଥା ଟେକି

ଲଢୁଆ ମାଟିର ଲଢୁଆ ପୁଅ ମୁଁ

ଲଢିବାକୁ ଏଇ ଦୁନିଆକୁ ଆସିଅଛି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract