ଅପାରଗତାର ଚିତ୍ରପଟ୍ଟ
ଅପାରଗତାର ଚିତ୍ରପଟ୍ଟ


ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାର ବାହାନାରେ
ନୁହେଁ କି ଏଇ ତୁମ୍ଭ ଚରମ ଅପାରଗତାର ପ୍ରମାଣ
ନୁହେଁ କି ଏକ କଳଙ୍କିତ ଅଧ୍ୟାୟର ଅୟମାରମ୍ଭ
ନୁହେଁ କି ଜାତିର ଅସ୍ତିତ୍ବ ଅସ୍ମିତା ମର୍ଯ୍ୟାଦାର ପ୍ରଶ୍ନ ?
କାହିଁ ପାଇଁ ପ୍ରତିଥର ଏପରି ଛଳନାପୂର୍ଣ୍ଣ ବୃଥା ପ୍ରହସନ
ଆନ୍ତରିକତା ବିହୀନ ସେବା ପୂଜାର ନିଷ୍ଫଳ ଆୟୋଜନ
କଳାପାହାଡ଼ ଗଣ କେତେ ରୂପ ତୁମ କେତେ ଭିଆଣ
ନବକଳେବର ବ୍ରହ୍ମ ବିଭ୍ରାଟ ଠୁ ରଥଯାତ୍ରା ବନ୍ଦର ଷଡଯନ୍ତ୍ର !
ଯେଉଁ ଆଇନର ଦ୍ବାହିରେ ପଛକୁ ଫେରାଇ ନେଇଛ ପାଦ
ତୁମ୍ଭେ କେତେ ଯେ କର ତାହାର ଶୁଦ୍ଧାନ୍ତକରଣେ ପାଳନ
କେଡ଼େ ନ୍ୟାୟବନ୍ତ ତୁମ୍ଭେ ଧନ୍ଯ ତୁମ୍ଭ ନିତୀ ସ୍ଵଚ୍ଛ ଶାସନ
ହିସାବ ରଖିଛି ଏଇ ଜାତି ଇତିହାସ ତାର ମୁକସାକ୍ଷୀ !
ଶ୍ରମଜିବୀ ଯେବେ ଚାଲୁଥିଲା ବେଦନାରେ ବାଟ
କ୍ଷଣ କ୍ଷଣ ଭ
ୋଗୁଥିଲା ଅକୁହା ଅସରନ୍ତି କଷ୍ଟ
ତୁମ୍ଭେ ତ ଥିଲ ସେବେ କୁମ୍ଭକର୍ଣ୍ଣ ସମ ନିଦ୍ରାଗତ
କାହିଁକି ନଥିଲ କୁହ ସେପାଇଁ ତିଳେ ବି ଚିନ୍ତିତ ?
ଗୁରୁ - ଗ୍ରନ୍ଥ - ଗଜପତି - ଗୋବିନ୍ଦଙ୍କ ସାଂସ୍କୃତିକ
ମାମଲାରେ ହସ୍ତକ୍ଷେପ କରିବାକୁ କିଏ ଏହି ସରକାର
କୋଟି କୋଟି ଶ୍ରଦ୍ଧାଳୁ ଭକ୍ତଙ୍କ ଧାର୍ମିକ ଅଧିକାର
ଭାବାବେଗରେ କାହିଁକି ଏ କୁଠାର ପ୍ରହାର ?
ସୁବିଧାବାଦୀ ତଥାକଥିତ ବୁଦ୍ଧିଜୀବୀ ଗବେଷକ
ଯେତେ ସାଜି ସରକାରୀ କଳର ବଚସ୍କର
ବଖାଣନ୍ତି ଅଯୌକ୍ତିକ ଅଯଥା ତର୍କ ଅବାନ୍ତର
ଇତିହାସର ତର୍ଜମା ତାଙ୍କର ଅଟଇ ବିଭ୍ରାନ୍ତିକର !
ତୁମ୍ଭକୁ ଧିକ୍କାର ଶତ ବାର ସହସ୍ର ବାର
ତୁମ୍ଭେ ଅପାରଗ ସ୍ଥାଣୁ ପଙ୍ଗୁ ଅଥର୍ବ ସରକାର
ତୁଛା କ୍ଷମତାର ଦର୍ପେ ହୋଇଣ ଅହଂକାରୀ
ଆପଣା ପାଦରେ ତୁମ୍ଭେ ମାରିଛ କୁରାଢ଼ି !